Odisha Link
Bridging the Missing Links in Odisha

‘କ୍ରିପ୍ଟୋ କରେନ୍‌ସି’ କାରବାର ନିଷିଦ୍ଧାଦେଶକୁ ରଦ୍ଦ କଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ବିଟ୍‌କଏନ୍‌ ଓ ‘କ୍ରିପ୍ଟୋକରେନ୍‌ସି’ ଆଦି ଡିଜିଟାଲ୍‌ ମୁଦ୍ରା ଉପରେ ୨୦୧୮ରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ଜାରି କରିଥିବା ନିଷେଧାଦେଶକୁ ଆଜି ସୁପ୍ରିମ୍‌ କୋର୍ଟ ରଦ୍ଦ କରିଛନ୍ତି। ଇଣ୍ଟରନେଟ୍ ଏଣ୍ଡ ମୋବାଇଲ ଆସୋସିଏସନ ଅଫ ଇଣ୍ଡିଆ କରିଥିବା ଆବଦେନର ଶୁଣାଣି କରି କୋର୍ଟ ଏହି ରାୟ ଦେଇଛନ୍ତି। ଫଳରେ କ୍ରେପ୍ଟୋ କରେନ୍ସି ଟ୍ରେଡିଂ ଏବେ ଦେଶରେ ବୈଧ ହେବ।

ବିଚାରପତି ରୋହିଙ୍ଗ୍‌ଟନ୍‌ ନରିମନଙ୍କ ନେତୃତ୍ୱାଧୀନ ତିନିଜଣିଆ ବିଚାରପତି ବିଶିଷ୍ଟ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଥିଲେ। ‘କ୍ରିପ୍ଟୋକରେନ୍‌ସି’ ଓ ବିଟ୍ କଏନ ଯୋଗୁ ମନି ଲଣ୍ଡ୍ରିଂ ଓ ଟେରର ଫଣ୍ଡିଙ୍ଗର ଭୟ ଥିବାରୁ ଏହା ଉପରେ କଟକଣା ଜାରି କରାଯାଇଥିବା ଆରବିଆଇ କୋର୍ଟଙ୍କୁ ଜଣାଇଥିଲେ। ୨୦୧୮ ମସିହା ଏପ୍ରିଲ୍‌ ମାସରେ ଭାରତୀୟ ଆରବିଆଇ ଡିଜିଟାଲ୍‌ ମୁଦ୍ରା ଉପରେ ନିଷେଧାଜ୍ଞା ଜାରି କରିଥିଲା।

ବିଶ୍ୱରେ ଅନେକ ପ୍ରକାରର ଭର୍ଚୁଆଲ କରେନ୍ସି କାରବାର ହେଉଛି। ଏଥିରେ ବିଟ୍ କଏନର ମୂଲ୍ୟ ସର୍ବାଧିକ ରହିଛି। ଏହାର ମାର୍କେଟ୍ କ୍ୟାପ୍ ୧୬୧ ବିଲିୟନ ଡଲାରରୁ ବି ଅଧିକ। ତେବେ କ୍ରେପ୍ଟୋ କରେନ୍ସି କାରବାର ଦେଶର କୌଣସି ବ୍ୟାଙ୍କରେ ହୋଇନଥାଏ। ଏହା କେବଳ ଡିଜିଟାଲ ମାର୍କେଟରେ ଚଳିଥାଏ। ତେବେ ଭାରତରେ ଏଭଳି ମୁଦ୍ରାର କାରବାର ବେଆଇନ ଥିବା ବେଳେ ଏଥିଲାଗି ୧୦ ବର୍ଷ ଜେଲଦଣ୍ଡ ପ୍ରାବଧାନ ବି ରହିଛି।

Comments are closed.