ବିଶ୍ୱବିଦ୍ୟାଳୟରେ ପରିଣତ ହେଲା ମଧୁସୂଦନ ଆଇନ୍ ମହାବିଦ୍ୟାଳୟ

ଭୁବନେଶ୍ବର: ଖୁବଶୀଘ୍ର ଓଡ଼ିଶାର ସର୍ବପୁରାତନ ଆଇନ ମହାବିଦ୍ୟାଳୟ ଏବେ ବିଶ୍ୱବିଦ୍ୟାଳୟରେ ପରିଣତ ହେବାକୁ ଯାଉଛି। କାରଣ କଟକର ମଧୁସୂଦନ ଆଇନ୍ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ବୁଧବାର ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି।
ଆସନ୍ତା ଜୁନ ମାସ ୧ ତାରିଖରୁ ମଧୁସୂଦନ ଆଇନ୍ ମହାବିଦ୍ୟାଳୟ ବିଶ୍ୱବିଦ୍ୟାଳୟରେ ରୂପାନ୍ତରିତ ହୋଇଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ରାଜ୍ୟର ସମସ୍ତ ଆଇନ ମହାବିଦ୍ୟାଳୟ ଏଣିକି ମଧୁସୂଦନ ଆଇନ୍ ବିଶ୍ୱବିଦ୍ୟାଳୟ ଅଧୀନରେ ରହିବ। କେବଳ ରାଜ୍ୟର ସମସ୍ତ ସ୍ୱୟଂଶାସିତ ଆଇନ୍ ମହାବିଦ୍ୟାଳୟ ଏହାର ଅନ୍ତର୍ଭୁକ୍ତ ହେବେ ନାହିଁ ବିଜ୍ଞପ୍ତିରେ ପ୍ରକାଶ ପାଇଛି।
Comments are closed.