Odisha Link
Bridging the Missing Links in Odisha

ନିର୍ଭୟା ମାମଲା: ଆଜି ୪ ଦୋଷୀଙ୍କ ନୂଆ ଡେଥ୍ ୱାରେଣ୍ଟ୍ ଜାରି କରିବେ କୋର୍ଟ

ନୂଆଦିଲ୍ଲୀ: ଆଜି ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ଦୋଷୀଙ୍କ ପାଇଁ ନୂଆ ଡେଥ ଓ୍ବାରେଣ୍ଟ ଜାରି ହେବ। ସବୁ ଦୋଷୀଙ୍କ ପାଖରେ ଏବେ ଆଉ ବଂଚିବାର କୌଣସି ବାଟ ନାହିଁ। ସବୁ ବିକଳ୍ପକୁ ଖୁବ୍ ଭଲଭାବେ ବ୍ୟବହାର କରିଥିବା ଦୋଷୀ ଏବେ ଫାଶୀଖୁଣ୍ଟରେ ଝୁଲିବେ। ତିହାଡ୍ ପ୍ରଶାସନ ନୂଆ ଡେଥ୍ ୱାରେଣ୍ଟ୍ ପାଇଁ ପଟିୟାଲା ହାଉସ୍ କୋର୍ଟ ପହଁଚିଛନ୍ତି । ଦିଲ୍ଲୀର ପଟିୟାଲା ହାଉସ୍ କୋର୍ଟ ଆଜି ଦ୍ୱିପ୍ରହର ୨ ଟା ସମୟରେ ଫାଶୀ ପାଇଁ ନୂଆ ତାରିଖ ଜାରି କରିବେ ବୋଲି ସୂଚନା ମିଳୁଛି। କୋର୍ଟ ମଧ୍ୟ ଦୋଷୀଙ୍କୁ ନୋଟିସ୍ ଜାରି କରିଦେଇଛି।

ଆଜି ଦିନ ୨ ଟାରେ ଏହି ମାମଲାର ନୂଆ ଡେଥ୍ ୱାରେଣ୍ଟ୍ ଜାରି ହେବ। ଏହା ପୂର୍ବରୁ ନିର୍ଭୟା ଗଣଦୁଷ୍କର୍ମର ଚତୁର୍ଥ ଦୋଷୀ ପବନ ଗୁପ୍ତାର ଦୟା ଯାଚିକାକୁ ବି ରାଷ୍ଟ୍ରପତି ଖାରଜ କରିଥିଲେ। ସୋମବାର ପଟିୟାଲା ହାଉସ୍ କୋର୍ଟ ସବୁ ଦୋଷୀଙ୍କ ଫାଶୀ ଉପରେ ରୋକ୍ ଲଗାଇ ଦେଇଥିଲେ। ତେବେ ଏହା ପୂର୍ବରୁ ଅଭିଯୁକ୍ତଙ୍କ ଫାଶୀ ଉପରେ ରୋକ ଲଗାଇଥିଲେ ଦିଲ୍ଲୀ ପଟିଆଲ ହାଉସ କୋର୍ଟ। ଯେଉଁଥିପାଇଁ ତୃତୀୟ ଥର ପାଇଁ ଫାଶୀ ତାରିଖକୁ ଟାଳି ଦିଆଯାଇଥିଲା।

Comments are closed.