ଇତିହାସ ରଚିଲେ କିରନ ପୋଲାର୍ଡ
ପଲିକେଲି: ଗତକାଲି ଶ୍ରୀଲଙ୍କାର ପଲିକେଲି ଷ୍ଟାଡିୟମରେ ଶ୍ରୀଲଙ୍କା ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଖେଳା ଯାଇଥିଲା। ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ଦଳ ଘରୋଇ ଶ୍ରୀଲଙ୍କା ଦଳକୁ ୨୫ରନରେ ହରାଇ ସିରିଜରେ ୧-୦ରେ ଆଗୁଆ ରହିଛି। ଅପରପକ୍ଷେ ଓ୍ବେଷ୍ଟଇଣ୍ଡିଜ ଦଳର ଅଧିନାୟକ କିରନ ପୋଲାର୍ଡ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି।
ଗତକାଲି ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିଲେ କିରନ ପୋଲାର୍ଡ। ସେ ଟି-୨୦ କ୍ରିକେଟ ଇତିହାସରେ ୫୦୦ ମ୍ୟାଚ୍ ଖେଳିବା ପ୍ରଥମ ଖେଳାଳି ପାଲଟିଛନ୍ତି। ଏହି ମାମଲାର ୨ୟ ଓ ୩ୟ ସ୍ଥାନରେ ଅଛନ୍ତି ଓ୍ବେଷ୍ଟଇଣ୍ଡିଜର ଡ୍ବେନ୍ ବ୍ରାଭୋ ଓ କ୍ରିସ୍ ଗେଲ। ଉଭୟ ଯଥାକ୍ରମେ ୪୫୩ ଓ ୪୦୪ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି।
Comments are closed.