ତିମି ମାଛର ମୃତଦେହ ଉଦ୍ଧାର

କୋଣାର୍କ: ପୁରୀ ଜିଲ୍ଲା ଅସ୍ତରଙ୍ଗର ଗୁଣ୍ଡଳବା ନିକଟ ସମୁଦ୍ର କୂଳରେ ଏକ ବିଶାଳକାୟ ତିମି ମାଛର ମୃତଦେହ ଉଦ୍ଧାର କରାଯାଇଛି। ଗତକାଲି ସନ୍ଧ୍ୟାରେ ମୃତଦେହ ଦେଖି ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେଇଥିଲେ। ଆଜି ସକାଳୁ ଅସ୍ତରଙ୍ଗ ବନ କର୍ମଚାରୀ ପହଞ୍ଚି ତିମି ମାଛର ମୃତ୍ୟୁ ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି ।
ମୃତ ତିମିଟି ୩୦ ଫୁଟରୁ ଊର୍ଦ୍ଧ୍ୱ ଲମ୍ବା ହେବ। ଏହି ତିମି ମାଛଟି ବ୍ଲୁ ହ୍ୟୁଇଲ ପ୍ରଜାତିର ହେବ ବୋଲି ଜଣା ପଡ଼ିଛି। ଜେସିବି ମେସିନ ସାହାଯ୍ୟରେ ମାଛଟିକୁ ଉଦ୍ଧାର କରାଯିବ ବୋଲି ଜଣାପଡିଛି । ଏହି ଉପକୂଳ କେଳୁଣୀ ମୁହାଣ ନିକଟରେ ୨୦୧୪ ମସିହାରେ ନଦୀକୁ ଏକ ସ୍ପର୍ମ ପ୍ରଜାତିର ୩୨ଫୁଟ ଲମ୍ବର ତିମି ପଶି ଆସିଥିଲା । ସମୁଦ୍ରକୁ ଯାଇ ନପାରି ମୃତ୍ୟମୁଖରେ ପଡ଼ିବା ପରେ ତିମି ମାଛର କଙ୍କାଳକୁ ଭୁବନେଶ୍ୱରସ୍ଥିତ ରିଜିଓନାଲ ମ୍ୟୁଜିଅମ ଅଫ ନାଚୁରାଲ ହିଷ୍ଟୋରିର ବିଶେଷଜ୍ଞମାନେ ସଂଗ୍ରହ କରି ରଖିଥିଲେ।
Comments are closed.