ଚଳିତବର୍ଷ ରାଜ୍ୟପାଳ ଖେଳିବେନି ହୋଲି
![](https://www.odishalink.com/wp-content/uploads/2019/12/Ganeshi-Lal.png)
ଭୁବନେଶ୍ବର: ଚଳିତଥର ରଙ୍ଗର ପର୍ବ ହୋଲି ଖେଳିବେ ନାହିଁ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ।ରାଜଭବନ ପକ୍ଷରୁ ଜାରି ସୂଚନା ଅନୁସାରେ, ରାଜ୍ୟପାଳ ଚଳିତବର୍ଷ ହୋଲି ଖେଳିବେ ନାହିଁ କିମ୍ବା ହୋଲି ମିଳନ ଓ ଉତ୍ସବ ଆଦିରେ ଯୋଗ ଦେବେ ନାହିଁ। ଭୟାବହ କରୋନା ଭାଇରସ୍ ସଂକ୍ରମଣର ମୁକାବିଲା ନିମନ୍ତେ ପ୍ରତ୍ୟେକ ସତର୍କତାମୂଳକ ପଦକ୍ଷେପ ନେବା ସହ ବ୍ୟାପକ ଜନସଚେତନତା ସୃଷ୍ଟି କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି।
ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ବହୁ ବ୍ୟକ୍ତିତ୍ବ ଚଳିତ ଥର ହୋଲି ମିଳନ ଓ ଉତ୍ସବ ଆଦିରେ ଯୋଗ ଦେବେ ନାହିଁ ବୋଲି ପ୍ରକାଶ ପାଇଥିଲା।
Comments are closed.