ମହିଳା କର୍ମଚାରୀଙ୍କୁ ଚିଠି ସହ ଗୋଲାପ ଦେଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ
![](https://www.odishalink.com/wp-content/uploads/2020/03/u.jpg)
ମୁମ୍ବାଇ: ମାର୍ଚ୍ଚ ୮ରେ ସାରା ବିଶ୍ବ ପାଳନ କରିବାକୁ ଯାଉଛି ଅନ୍ତର୍ଜାତୀୟ ମହିଳା ଦିବସ। ଏହି ଦିବସକୁ ଦୃଷ୍ଟିରେ ରଖି ଶୁକ୍ରବାର ସମସ୍ତ ମହିଳା ସରକାରୀ କର୍ମଚାରୀଙ୍କୁ ମହାରାଷ୍ଟ୍ର ସଚିବାଳୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଦ୍ବାରା ଲେଖାଯାଇଥିବା ଚିଠି ସହ ଏକ ଗୋଲାପ ଫୁଲ ଦିଆଯାଇ ସ୍ବାଗତ କରାଯାଇଛି। ଏହି ଚିଠିରେ ଉଦ୍ଧବ ଠାକରେ ସମସ୍ତ ମହିଳା କର୍ମଚାରୀଙ୍କୁ ଅନ୍ତର୍ଜାତୀୟ ମହିଳା ଦିବସ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।
ଚିଠିରେ ଉଦ୍ଧବ ଠାକରେ ଲେଖିଛନ୍ତି, ମହାରାଷ୍ଟ୍ରର ବିକାଶରେ ଆପଣଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଆପଣମାନଙ୍କ ସକ୍ରିୟ ଭୂମିକା ଦ୍ବାରା ଆମେ ସମସ୍ତେ ମହାରାଷ୍ଟ୍ର ଲୋକଙ୍କ ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାର ସଫଳ ହେଇଛୁ । ତେବେ ରବିବାର ଅନ୍ତର୍ଜାତୀୟ ମହିଳା ଦିବସ ଥିବାରୁ ଶୁକ୍ରବାର ଦିନ ସଚିବାଳୟର ଅଧିକାରୀମାନେ ମହିଳାମାନଙ୍କୁ ସ୍ବାଗତ କରିଛନ୍ତି ।
Comments are closed.