Odisha Link
Bridging the Missing Links in Odisha

୩ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ଗିରଫ

ଲମତାପୁଟ: କୋରାପୁଟରୁ ଦିଲ୍ଲୀ ଗଞ୍ଜେଇ ଚାଲାଣ ବେଳେ ଲମତାପୁଟ ପୋଲିସ ହାତରେ ଧରା ପଡିଛି। ଏକ ଅଭିନବ ଉପାୟରେ କାର୍ ପଛପଟ ଗ୍ୟାସ୍ ସିଲିଣ୍ଡର ଭିତରେ, ସିଟ୍ ଭିତରେ ଏବଂ ଗାଡିର ପଛ ବମ୍ପରରେ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା। ଏହି କାରକୁ ଜବତ କରିବା ସହ ୩ଜଣଙ୍କୁ ଗିରଫ କରିଛି ପୋଲିସ। ଅଭିଯୁକ୍ତମାନେ ହେଉଛନ୍ତି ଅଭିଶେକ ଗୁପ୍ତା, ମନିଷ ରାଜ ଏବଂ ମୁକେଶ ବିଶ୍ଵକର୍ମା। ଏହି ୩ଜଣଙ୍କ ଘର ଦିଲ୍ଲୀ ଅଞ୍ଚଳର ବୋଲି ପୋଲିସ ସୂଚନା ଦେଇଛି। ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୩ଲକ୍ଷ ଟଙ୍କା ହେବ।
ସୂଚନାଯୋଗ୍ୟ ଯେ, କାଙ୍ଗ୍ରାପଡ଼ା ଛକ ନିକଟରେ ପାଟ୍ରୋଲିଂ କରୁଥିବା ବେଳେ ମାଛକୁଣ୍ଡ ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ମାରୁତି କାରକୁ ଅଟକାଇଥିଲା ମାଛକୁଣ୍ଡ ଲମତାପୁଟ ପୋଲିସ। କାର୍ ଯାଞ୍ଚ କରିବା ବେଳେ ଏଥିରେ ବିପୁଳ ପରିମାଣ ରେ ଗଞ୍ଜେଇ ଥିବା ଜଣାପଡିଥିଲା । ପୋଲିସ ଗାଡି ଜବତ କରିବା ସହ ୩ ଯୁବକଙ୍କୁ ଗିରଫ କରିଛି। ଗଞ୍ଜେଇ ଚାଲାଣରେ ସ୍ଥାନୀୟ ଯୁବକଙ୍କ ସଂପୃକ୍ତି ଥିବା ଜଣାପଡିଛି। ଗିରଫ ଯୁବକଙ୍କୁ ଆଜି କୋର୍ଟ ଚାଲାଣ କରାଯିବ।

Comments are closed.