ଜନଔଷଧି ଦିବସ: ଭାବୁକ ହେଲେ ପିଏମ୍ ମୋଦି, କହିଲେ ଆପଣଙ୍କ ବିଶ୍ବାସ ହିଁ ଭଗବାନ

ନୂଆଦିଲ୍ଲୀ: ଜନଔଷଧି ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ଜନଔଷଧି କେନ୍ଦ୍ରରୁ ଲାଭ ପାଉଥିବା ଲୋକଙ୍କ ସହିତ ଭିଡିଓ କନଫରେନସିଂ ମାଧ୍ୟମରେ କଥା ହୋଇଛନ୍ତି ନରେନ୍ଦ୍ର ମୋଦି। ସପ୍ତାହବ୍ୟାପୀ ପାଳନ କରାଯାଉଥିବା ଜନୌଷଧି ଦିବସର ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, ଜନୌଷଧି ଦିବସ କେବଳ ଏକ ଯୋଜନାକୁ ପାଳନ କରିବାର ଦିନ ନୁହେଁ, ବରଂ କୋଟି କୋଟି ଭାରତୀୟ ଏବଂ ଲକ୍ଷ ଲକ୍ଷ ପରିବାର ସହିତ ଯୋଡ଼ି ହେବାର ଦିନ, ଯେଉଁମାନଙ୍କୁ ଏହି ଯୋଜନାରୁ ବହୁତ ଲାଭ ମିଳୁଛି। ପ୍ରତି ଭାରତୀୟଙ୍କ ସ୍ବାସ୍ଥ୍ୟ ପାଇଁ ଆମେ ୪ଟି ସୂତ୍ର ଉପରେ କାମ କରୁଛୁ। ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି ପରିଯୋଜନା ଦେଶର ସମସ୍ତ ନାଗରିକଙ୍କ ପାଖରେ ସସ୍ତା ଏବଂ ଉତ୍ତମ ଚିକିତ୍ସା ପହଞ୍ଚାଇବାର ଏକ ସଙ୍କଳ୍ପ। ବର୍ତ୍ତମାନ ସୁଦ୍ଧା ଦେଶରେ ୬ ହଜାରରୁ ଅଧିକ ଜନୌଷଧି କେନ୍ଦ୍ର ଖୋଲିଥିବାରୁ ମୁଁ ବହୁତ ଖୁସି ବୋଲି ମୋଦୀ କହିଥିଲେ।
ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, ଏହି ଯୋଜନା କାରଣରୁ ପୂର୍ବ ତୁଳନାରେ ଚିକିତ୍ସା ଖର୍ଚ୍ଚ ବହୁତ କମ୍ ହେଉଛି। ବର୍ତ୍ତମାନ ସୁଦ୍ଧା ଦେଶରେ ଗରିବ ଏବଂ ମଧ୍ୟବିତ୍ତ ପରିବାରର ୨୦୦୦ ରୁ ୨୫୦୦ କୋଟି ଟଙ୍କା ସଞ୍ଚୟ ହୋଇଛି। ଯେଉଁ ହାରରେ ଜନୌଷଧି କେନ୍ଦ୍ରର ନେଟୱର୍କ ବଢ଼ି ଚାଲିଛି ସେହି ହାରରେ ଏହାର ଅଧିକ ଲାଭ ଲୋକଙ୍କ ପାଖରେ ପହଞ୍ଚୁଛି। ବର୍ତ୍ତମାନ ପ୍ରତିମାସରେ ୧ କୋଟିରୁ ଅଧିକ ପରିବାର ଜନୌଷଧି କେନ୍ଦ୍ର ଜରିଆରେ ବହୁ ସସ୍ତାରେ ଔଷଧ କିଣିପାରୁଛନ୍ତି। ଭାରତରେ ପ୍ରସ୍ତୁତ ଜେନେରିକ୍ ଔଷଧର ଚାହିଦା ସାରା ବିଶ୍ଵରେ ରହିଛି। ସରକାର ସବୁ ହସ୍ପିଟାଲରେ ଡାକ୍ତରମାନେ ଜେନେରିକ୍ ଔଷଧ ଲେଖିବା ବାଧ୍ୟତାମୂଳକ କରିଦେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
An interaction I eagerly look forward to!
Citizens who got access to affordable medicines.
Store owners who became self-reliant.
This is why the Pradhan Mantri Bhartiya Janaushadhi Pariyojana is special.
Do join live at 11 this morning… #JanJanTakJanAushadhi https://t.co/xYCAyRajoO
— Narendra Modi (@narendramodi) March 7, 2020
ଏଥିସହିତ କରୋନା ଭାଇରସ୍କୁ ନେଇ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ମୋଦି। କରୋନା ଭୂତାଣୁ ଦେଶରେ ଆତଙ୍କ ଖେଳାଇଛି। କରୋନା ଭୂତାଣୁ ଯେମିତି ବ୍ୟାପୁଛି, ଠିକ୍ ସେମିତି ଏହାକୁ ନେଇ ଅନେକ ଗୁଜବ ଏବଂ ଅପପ୍ରଚାର ମଧ୍ୟ ତୀବ୍ର ବେଗରେ ବ୍ୟାପୁଛି। ତେଣୁ ଏସବୁ ଗୁଜବଠାରୁ ନିଜକୁ ଦୂରେଇ ରଖିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି। ଶନିବାର ଜନୌଷଧି ସପ୍ତାହର ଶେଷ ଦିବସରେ ପ୍ରଧାନମନ୍ତ୍ରୀ ଦେଶର ଜନୌଷଧି କେନ୍ଦ୍ର ମାଲିକମାନଙ୍କ ସହିତ ଭିଡିଓ କନ୍ପରେନ୍ସିଂରେ କଥା ହେବା ସମୟରେ ଏହା କହିଛନ୍ତି।
ମୋଦି କହିଥିଲେ, କିଏ କହୁଛି ଏଇଟା ଖାଅନି, ସେଇଟା କରନି। କିଛି ଲୋକ କେତେକ ଜିନିଷ ଆଣି କହୁଛନ୍ତି ଯେ, ଏହାକୁ ଖାଇଲେ କରୋନାରେ ଆକ୍ରାନ୍ତ ହେବା ନାହିଁ। ଆମକୁ ଏସବୁ ଅପପ୍ରଚାର ଏବଂ ଗୁଜବକୁ ଅଣଦେଖା କରିବା ଜରୁରୀ। ଯାହା ବି କରିବା, ଡାକ୍ତରଙ୍କ ପରାମର୍ଶ ନେଇ କରିବା। ଏବେ ପୂରା ଦୁନିଆ ‘ନମସ୍ତେ’ର ଅଭ୍ୟାସ କରୁଛି। ଯଦି କୌଣସି କାରଣରୁ ଆମେ ଏହି ଅଭ୍ୟାସ ଛାଡ଼ିଦେଇଛେ, ତେବେ ହାତ ମିଳାଇ ଅଭିନନ୍ଦନ ଜଣାଇବା ବଦଳରେ ‘ନମସ୍ତେ’ ଅଭ୍ୟାସ କରିବା ଉଚିତ।
ସୂଚନାଯୋଗ୍ୟ, ଭାରତରେ ୭୨୮ ଜିଲାରୁ ୭୦୦ ଜିଲାରେ ଜନୌଷଧି କେନ୍ଦ୍ର ଖୋଲାଯାଇଛି। ଏସବୁ ଜିଲାରେ ବର୍ତ୍ତମାନ ୬୨୦୦ ଜନୌଷଧି କେନ୍ଦ୍ର ରହିଛି। ଜନୌଷଧି କେନ୍ଦ୍ର ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିବର୍ଷ ମାର୍ଚ୍ଚ ୧ରୁ ୭ ତାରିଖ ପର୍ଯ୍ୟନ୍ତ ଜନୌଷଧି ସପ୍ତାହ ପାଳନ କରାଯାଉଛି।
Comments are closed.