Odisha Link
Bridging the Missing Links in Odisha

ବାଲୁକା କଳାରେ ନାରୀଙ୍କୁ ସମ୍ମାନ

ଭୁବନେଶ୍ବର: ଆଜି ସାରା ବିଶ୍ବ ପାଳନ କରୁଛି ବିଶ୍ବ ମହିଳା ଦିବସ। ଏହି ଅବସରରେ ବାଲୁକା କଳାରେ ନାରୀଙ୍କୁ ଶୁଭେଚ୍ଛା ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ନାରୀଜାତିଙ୍କ ସମନାର୍ଥେ ବାଲୁକା କଳାରେ ନାରୀ ଶକ୍ତିକୁ ନେଇ ଏକ ବାର୍ତ୍ତା ଦେଇଛନ୍ତି ପଦ୍ମଶ୍ରୀ। ଏହି ଚିତ୍ର କଳା ସାଣ୍ଡ ଆର୍ଟ ଇନଷ୍ଟିଚ୍ୟୁଟର ୧୧ଛାତ୍ରୀ ଏହାକୁ ନିର୍ମାଣ କରିଛନ୍ତି।

ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖକୁ ମହିଳାଙ୍କ ପ୍ରତି ସମ୍ମାନ, ସ୍ନେହ ଓ ଶ୍ରଦ୍ଧାର ନିଦର୍ଶନ ଉପଲକ୍ଷେ ଏହି ଦିବସ ପାଳନ କରାଯାଉଛି। ଏହା ସହ ମହିଳାଙ୍କ ଅର୍ଥନୈତିକ, ରାଜନୈତିକ ଏବଂ ସାମାଜିକ ଅଭିବୃଦ୍ଧିର ଉତ୍ସବ ଭାବରେ ଏହି ଦିନର ମହତ୍ବ ରହିଛି । ଯାହାକୁ ନିଜ ଟ୍ବିଟରରେ ସେୟାର କରିଛନ୍ତି ସୁଦର୍ଶନ ପଟ୍ଟନାୟକ।

Comments are closed.