Odisha Link
Bridging the Missing Links in Odisha

ମହିଳା ଟି-୨୦ ବିଶ୍ବକପ୍‌ ଫାଇନାଲ: ପ୍ରଥମେ ବ୍ୟାଟିଂ କରିବ ଅଷ୍ଟ୍ରେଲିଆ

ମେଲବୋର୍ଣ୍ଣ: ଆଜି ମହିଳା ଟି-୨୦ ବିଶ୍ବକପର ମେଗା ଫାଇନାଲ। କ୍ରିକେଟ ପ୍ରେମୀ ଆଜି ସୁପର ସନଡେରେ ସୁପର ଫାଇଟ ଦେଖିବେ। ଆଜି ମେଲବୋର୍ଣ୍ଣରେ ଡିଫେଣ୍ଡି ବିଜତୋ ଅଷ୍ଟ୍ରେଲିଆ ଆଉ ପ୍ରଥମ ଥର ଫାଇନାଲରେ ପ୍ରବେଶ କରିଥିବା ଭାରତ ମଧ୍ୟରେ ମହା ମୁକାବିଲା ହେବ। ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଟିମ୍‌ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି। ଫଳରେ ଭାରତୀୟ ମହିଳା ଦଳକୁ ପ୍ରଥମେ ବୋଲିଂ କରିବାକୁ ପଡ଼ିବ।

ଆଜି ବିଶ୍ବ ମହିଳା ଦିବସରେ ଭାରତୀୟ ମହିଳାଙ୍କ ଦମଦାର ପ୍ରଦର୍ଶନ ଦେଖିବ ସାରାବିଶ୍ବ। ଐତିହାସିକ ମେଲବୋର୍ଣ୍ଣ ଗ୍ରାଉଣ୍ଡରେ ଦମ ଦେଖାଇବେ ଓମେନ ଇନ ବ୍ଲୁ। ପ୍ରଥମଥର ଚମ୍ପିଆନ ତାଜ ପିନ୍ଧିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଭରତୀୟ ଟିମ ।

ସେହି ମୁହୂର୍ତ୍ତକୁ ଅପେକ୍ଷା କରି ରହିଛନ୍ତି ପ୍ରତ୍ୟେକ ଭାରତୀୟ। ପ୍ରଧାନମନ୍ତ୍ରୀ ମୋଦି ଓ ବିସିସିଆଇ ବସ୍‌ ସୌରଭ ଗାଙ୍ଗୁଲି ଟ୍ବିଟ କରି ଟିମକୁ ଜଣାଇଛନ୍ତି ଶୁଭେଚ୍ଛା ବାର୍ତ୍ତା।
ଭାରତୀୟ ମହିଳା ଦଳ: ଶେଫାଳି ବର୍ମା, ସ୍ମୃତି ମାନ୍ଧନା, ହରମନପ୍ରୀତ କୌର(କ୍ୟାପଟେନ), ଜେମିମ୍ମା ରୋଡ୍ରିଗ୍ୟୁସ, ଦିପ୍ତି ଶର୍ମା, ତାନିଆ ଭାଟିଆ(ୱିକେଟ କିପର), ବେଦା କ୍ରିଷ୍ଣାମୂର୍ତ୍ତୀ, ଶିଖା ପାଣ୍ଡେ, ରାଧା ଯାଦବ, ପୁନମ ଯାଦବ, ରାଜେଶ୍ବରୀ ଗାଏକ୍ବାଡ, ପୂଜା ବସ୍ତ୍ରକର, ହର୍ଲିନ ଦେଓଲ, ଅରୁନ୍ଧତି ରେଡ୍ଡି, ରିଚା ଘୋଷ ।

Comments are closed.