Odisha Link
Bridging the Missing Links in Odisha

ମହିଳା ଦିବସରେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ହେଉଛି ବିଶ୍ବ ମହିଳା ଦିବସ। ଲୋକସେବା ଭବନର ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି ଅନ୍ତର୍ଜାତୀୟ ମହିଳା ଦିବସ । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହୋଇ ମହିଳା ଦିବସର ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦେଶର ପ୍ରଥମ ରାଜ୍ୟ ଭାବେ ଏସଏଚଜିଙ୍କ ପାଇଁ ମିଶନ ଶକ୍ତି ବିଭାଗ ଘୋଷଣା କଲେ ରାଜ୍ୟ ସରକାର।

ମିଶନ ଶକ୍ତି ବିଭାଗ ସ୍ବତନ୍ତ୍ର ଭାବେ ମହିଳାଙ୍କ ବିକାଶ ପାଇଁ କାର୍ଯ୍ୟ କରିବ। ୭୦ ଲକ୍ଷ ମହିଳା ମିଶନ ଶକ୍ତି ଓ ମମତା ଯୋଜନାରେ ଉପକୃତ ହେଉଛନ୍ତି। ଚଳିତ ବର୍ଷ ଆମେ ସ୍ବତନ୍ତ୍ର ଭାବେ ନ୍ୟୁଟ୍ରିସନ୍‌ ବଜେଟ୍‌ ଆଣିଛୁ। ନ୍ୟୁଟ୍ରିସନ୍‌ ବଜେଟରେ ମାଆ ଓ ଶିଶୁଙ୍କୁ ଫୋକସ୍‌ କରାଯାଇଛି। ଓଡ଼ିଶା ମହିଳା ସଶକ୍ତୀକରଣ କ୍ଷେତ୍ରରେ ଦେଶରେ ଏକ ଆଗୁଆ ରାଜ୍ୟ ଭାବେ ଓଡ଼ିଶା ରହିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ଏଥିସହିତ ପ୍ରତିଭା ରାୟ, ଦୂତି ଚାନ୍ଦ, ନନ୍ଦିତା ଦାସ ଦେଶ ପାଇଁ ଗୌରବ। ରାଜ୍ୟର ମାଆମାନଙ୍କ ହକ୍, ଅଧିକାର ଓ କଲ୍ୟାଣ ପାଇଁ ମୋ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

Comments are closed.