୬୦ ବର୍ଷରେ ବିବାହ କଲେ କଂଗ୍ରେସର ପୂର୍ବତନ କେନ୍ଦ୍ର ମନ୍ତ୍ରୀ
ନୂଆଦିଲ୍ଲୀ: ୬୦ ବର୍ଷ ବୟସରେ ବିବାହ ବନ୍ଧନରେ ବାନ୍ଧି ହେଲେ କଂଗ୍ରେସ ସାଧାରଣ ସମ୍ପାଦକ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମୁକୁଲ ୱାସନିକ। ମୁକୁଲ ୱାସନିକ ମହାରାଷ୍ଟ୍ର ରାଜନେତା ବାଲକ୍ରିଷ୍ଣଙ୍କ ପୁତ୍ର ଏବଂ କଂଗ୍ରେସର ଜଣେ ପୁରୁଖା ନେତା। ସେ ତାଙ୍କ ପୁରୁଣା ବନ୍ଧୁ ରେଭେନା ଖୁରାନାଙ୍କୁ ବିବାହ କରିଛନ୍ତି।
ରବିବାର ନୂଆଦିଲ୍ଲୀର ଏକ ପାଞ୍ଚ ତାରକା ହୋଟେଲରେ ସେ ବିବାହ କରିଛନ୍ତି ଯେଉଁଠାରେ କଂଗ୍ରେସର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ। ଏଥିରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ କଂଗ୍ରେସର ବରିଷ୍ଠ ନେତା ଅହମ୍ମଦ ପଟେଲ ଉପସ୍ଥିତ ଥିଲେ।
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଦମ୍ପତି ଭାବରେ ଏକାଠି ଏହି ନୂତନ ଯାତ୍ରା ଆରମ୍ଭ କରିଥିବାରୁ ମୁକୁଲ ୱାସନିକ୍ ଜୀ ଏବଂ ରେଭେନା ଖୁରାନା ଜୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଟ୍ବିଟ କରିଛନ୍ତି । ଆଗାମୀ ବର୍ଷଗୁଡିକ ଆପଣଙ୍କ ଜୀବନର ସବୁଠାରୁ ଖୁସିର ସମୟ ବୋଲି ପ୍ରମାଣିତ ହେଉ ବୋଲି ସେ ଲେଖିଛନ୍ତି।
Wishing Mukul Wasnik Ji and Raveena Khurana Ji heartiest congratulations on embarking on this new journey together as a couple. May the coming years prove to be the happiest time of your life. Stay blessed. pic.twitter.com/XPVMx0CjXf
— Ashok Gehlot (@ashokgehlot51) March 8, 2020
ସୂଚନାଥାଉକି, ମୁକୁଲ ୱାସନିକ ଏପର୍ଯ୍ୟନ୍ତ ଅବିବାହିତ ଥିଲେ ଏବଂ ତାଙ୍କ ନାମ ମଧ୍ୟ ଗତ ବର୍ଷ ଅଗଷ୍ଟରେ କଂଗ୍ରେସ ସଭାପତି ପଦ ପାଇଁ ପ୍ରସ୍ତାବ ମଧ୍ୟ ଦିଆଯାଇଥିଲା।
Comments are closed.