ନିର୍ଭୟା ମାମଲା: ଦୋଷୀ ବିନୟର ନୂଆ ଚାଲ, ମୃତ୍ୟୁଦଣ୍ଡ ରଦ୍ଦ ପାଇଁ ପିଟିସନ୍
ନୂଆଦିଲ୍ଲୀ: ମାର୍ଚ୍ଚ ୨୦ ତାରିଖରେ ନିର୍ଭୟା ମାମଲାର ୪ ଅଭିଯୁକ୍ତ ଫାଶି ପାଇବା ପାଇଁ ଡେଥ୍ ଓ୍ବାରେଣ୍ଟ ଜାରି ହୋଇଛି। ହେଲେ ପୁଣି ଫାଶୀ ନେଇ ସୃଷ୍ଟି ହେଲା ଅନିଶ୍ଚିତତା। ଫାଶୀ ଦଣ୍ଡରୁ ବଞ୍ଚିବା ପାଇଁ ପୁଣି ନୂଆ ଚାଲ ଖେଳିଲେ ଦୋଷୀ।
2012 Delhi gang-rape case: Convict Vinay Sharma through his lawyer AP Singh has approached Delhi LG seeking to commute death sentence to life imprisonment. Advocate AP Singh has filed a petition under sections 432 and 433 Cr.P.C. seeking to suspend death sentence.
— ANI (@ANI) March 9, 2020
ଆଜି ଦିଲ୍ଲୀ ଉପରାଜ୍ୟପାଳଙ୍କ ନିକଟରେ ଦୋଷୀ ବିନୟ ଶର୍ମା କରିଛି ଅପିଲ। ମୃତ୍ୟୁ ଦଣ୍ଡ ରଦ୍ଦ କରିବାକୁ ଅପିଲ କଲା ଦୋଷୀ ବିନୟ। ମୃତ୍ୟୁ ଦଣ୍ଡ ରଦ୍ଦ କରି ଆଜୀବନ ଜେଲରେ ପରିବର୍ତ୍ତନ ପାଇଁ ଅପିଲ କରିଛି ଦୋଷୀ। ମାର୍ଚ୍ଚ ୨୦ରେ ଫାଶୀ ପାଇଁ ଡେଥ୍ ଓ୍ବାରେଣ୍ଟ ଜାରି ହୋଇସାରିଛି। ୨୦ ମାର୍ଚ୍ଚ ସକାଳ ୫ଟା ୩୦ ମିନିଟରେ ଫାଶୀ ପାଇଁ କୋର୍ଟ ସମୟ ଧାର୍ଯ୍ୟ କରିଛନ୍ତି।
Comments are closed.