ଜମ୍ମୁ-କାଶ୍ମୀର: ‘ଆପନି ପାର୍ଟି’ ନାମରେ ନୂଆ ଦଳ ଗଠନ କଲେ ବୁଖାରୀ
ଶ୍ରୀନଗର: ଧାରା ୩୮୦ ଉଚ୍ଛେଦ ପରେ ଜମ୍ମୁ କାଶ୍ମୀରରେ ଗଠିତ ହେଲା ନୂଆ ରାଜନୈତିକ ଦଳ। ପ୍ରଥମ ରାଜନୈତିକ ପଦକ୍ଷେପ ସ୍ବରୁପ ଏକ ନୂଆ ଜମ୍ମୁ କଶ୍ମୀରରେ ଦଳ ମୁଣ୍ଡ ଟେକିଛି। ପୂର୍ବତନ ପିଡିପି ନେତା ତଥା ମନ୍ତ୍ରୀ ଅଲତାଫ ବୁଖାରୀଙ୍କ ଏକ ନୂତନ ରାଜନୈତିକ ଦଳ ଗଠନ କରିଛନ୍ତି। ‘ଆପନି ପାର୍ଟି’ ଗଠନ କରିଛନ୍ତି ବୁଖାରୀ।
ରବିବାର ଅଲତାଫ ବୁଖାରୀ ରେସିଡେନ୍ସି ରୋଡସ୍ଥିତ ନିଜ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି ଯେ, ଜାମ୍ମୁ କାଶ୍ମୀରରେ ବିକାଶର ଏକମାତ୍ର ଉଦ୍ଦେଶ୍ୟରେ ଆପନି ପାର୍ଟିର ଗଠନ ହୋଇଛି ।ଗତ ବର୍ଷ ଅଗଷ୍ଟ ୫ ତାରିଖରୁ ଅନେକ ଆହ୍ବାନ ସମ୍ମୁଖୀନ ହେଉଥିବା ଲୋକଙ୍କ ସମସ୍ୟା ସମାଧାନ ଲକ୍ଷ୍ୟ ରଖି ପୂର୍ବତନ ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ନେତା ସୟଦ ଅଲତାଫ ବୁଖାରୀ ଏହି ନୂତନ ରାଜନୈତିକ ଦଳ ‘ଜାମ୍ମୁ କାଶ୍ମୀର ଆପନି’ (JKAP) ପାର୍ଟି ଗଠନ କରିଥିବା କହିଛନ୍ତି।
ଏହି ଦଳରେ ପିଡିପି, ଏନସି, କଂଗ୍ରେସ ଏବଂ ଡେମୋକ୍ରାଟିକ୍ ପାର୍ଟି ନ୍ୟାସନାଲିଷ୍ଟ ଭଳି ବିଭିନ୍ନ ରାଜନୈତିକ ଦଳର ୨୨ରୁ ୨୩ ପୂର୍ବତନ ବିଧାୟକ ଓ ମନ୍ତ୍ରୀଙ୍କ ସମେତ ୩୦ ଜଣ ସଦସ୍ୟ ଯୋଗଦେବେ।ଦିଲୱାର ମିର, ନୁର ମୋହଦ ଶେଖ, ୟୱାର ମିର, ଜାଫର ଇକବାଲ ମାନହସ ଏବଂ ପିଡିପିର ଅନ୍ୟ ପୂର୍ବତନ ବିଧାୟକ ଏହି ଦଳରେ ଯୋଗ ଦେବେ । ସେହିପରି କଂଗ୍ରେସରୁ ଉସମାନ ମଜିଦ୍, ଆଇଜାଜ ଖାନ, ମମତାଜ ଖାନ ଏବଂ ଶୋଏବ ନବୀ ଲୋନ ନୂତନ ଦଳରେ ସାମିଲ ରହିଛନ୍ତି। ଏନସିରୁ ବିଜୟ ବକାୟା, ସୟଦ ଅସଗର ଅଲି ଏବଂ କମଲ ଆରୋରା ସୟଦ ଅଲତାଫ ବୁଖାରୀଙ୍କ ଆପନି ପାର୍ଟିରେ ଯୋଗ ଦେଇଛନ୍ତି।
Comments are closed.