ଆସନ୍ତାକାଲି ହୋଲି: ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ସହ ସଚେତନତା ବାର୍ତ୍ତା
ପୁରୀ: ଆସନ୍ତାକାଲି ହେଉଛି ରଙ୍ଗର ପର୍ବ ହୋଲି। ହେଲେ ଚଳିତ ଥର ରଙ୍ଗର ଖେଳକୁ ବେରଙ୍ଗ କରିଛି କୋରନା ଭାଇରସ୍। ଏହି ଅବସରରେ ବାଲୁକା କଳାରେ ହୋଲିର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ବିଶ୍ବବାସୀଙ୍କୁ ହୋଲିର ଶୁଭେଚ୍ଛା ଜଣାଇଛନ୍ତି ଶ୍ରୀ ପଟ୍ଟନାୟକ।
#HappyHoli … Take proper precautions, no need to panic. Please stay calm, be safe.
My SandArt at #Puri beach, #Odisha. Pl take care from #Coronavirus #COVID19. pic.twitter.com/27XmPBavXD— Sudarsan Pattnaik (@sudarsansand) March 9, 2020
କେବଳ ସୁଦର୍ଶନ ପଟ୍ଟନାୟକ ହୋଲିର ଶୁଭେଚ୍ଛା ଜଣାଇ ନାହାଁନ୍ତି, ବଂର ଦେଶରେ କୋରୋନାର ଭୟାବହତାକୁ ଦେଖି ଏହାର ସଂକ୍ରମଣକୁ ରୋକିବା ସହ ସମସ୍ତେ ସାବଧାନତା ଅବଲମ୍ବନ କରି ହୋଲି ଖେଳର ମଜା ନେବାକୁ ବାଲୁକା କଳାରେ ବାର୍ତ୍ତା ଦେଇଛନ୍ତି ସୁଦର୍ଶନ ପଟ୍ଟନାୟକ। ଅପରପକ୍ଷେ ସ୍ବାସ୍ଥ୍ୟ ବିଭାଗ କୋରୋନା ଭାଇରସ ନେଇ ଜାରି କରିଥିବା ଗାଇଡ଼ଲାଇନ ମାନିବା ସହ ଅଯଥା ଗୁଜବ ଉପରେ ବିଶ୍ବାସ ନକରିବାକୁ ବାଲୁକା କଳାରେ ଆହ୍ବାନ ଦିଆଯାଇଛି ।
Comments are closed.