ଭାରତରେ କରୋନା ସଂଖ୍ୟା ୪୧
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି। ତାମିଲନାଡ଼ୁରେ ୪୧ ତମ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ସୂଚନା ମିଳିଛି। କେରଳର କୋଚ୍ଚିରେ ୩ ବର୍ଷର ଜଣେ କୁନିଝିଅକୁ କରୋନା ଭାଇରସ୍ ଆକ୍ରାନ୍ତ କରିଥିବା ଜଣାପଡିଛି । ଏହି ଶିଶୁ ଶରୀରରେ କରୋନା ଭାଇରସ୍ ଥିବାର ଜଣାପଡିବା ପରେ ଦେଶରେ ଏବେ କେବିଡ୍ -୧୯ ର ରୋଗୀଙ୍କ ସଂଖ୍ୟା ବଢି ୪୧ ହୋଇଛି। ଏହି ଝିଅଟି ନିକଟରେ ବାପା ମା’ଙ୍କ ସହ ଇଟାଲୀ ବୁଲିବାକୁ ଯାଇଥିଲା। ମାର୍ଚ୍ଚ ୭ ତାରିଖରେ ପରିବାର ଦୁବାଇରୁ କୋଚ୍ଚି ପହଁଚିଥିଲା। କୋଚ୍ଚି ବିମାନବନ୍ଦରରେ ସ୍କ୍ରିନିଙ୍ଗ୍ ସମୟରେ ଶିଶୁ ମଧ୍ୟରେ କରୋନା ସଂକ୍ରମଣର ଆଶଙ୍କା ହେବା ପରେ ସମ୍ପୁର୍ଣ୍ଣ ପରିବାରକୁ ଆଇସୋଲେଟେଡ୍ କରାଯାଇଥିଲା। ସମସ୍ତଙ୍କ ରକ୍ତ ନମୂନାକୁ ଜାଞ୍ଚ୍ କରିବା ପାଇଁ ପୁଣେ ପଠାଯାଇଥିଲା। ଯେଉଁଠାରେ ଶିଶୁଟି ମଧ୍ୟରେ କରୋନା ଭୁତାଣୁ ଥିବା କଥା ଜଣାପଡିଥିଲା ।
Comments are closed.