ରାଜ୍ୟସଭା ନିର୍ବାଚନ: ୪ର୍ଥ ପ୍ରାର୍ଥୀ ଦେବା ନେଇ ଏପରି କହିଲେ ପୃଥୀରାଜ
![](https://www.odishalink.com/wp-content/uploads/2019/12/Prithviraj-Harichandan.jpg)
ଭୁବନେଶ୍ବର: ମାର୍ଚ୍ଚ ୨୬ରେ ରାଜ୍ୟସଭା ନିର୍ବାଚନ। ଓଡ଼ିଶାର ୪ଟି ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ। ଗତ ୭ ତାରିଖରେ ବିଜେଡି ୪ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ହେଲେ ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ନେଇ ବଢ଼ୁଛି ଉତ୍କଣ୍ଠା। ଆଜି ବିଜେପି ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ରାଜ୍ୟସଭା ପାଇଁ ପ୍ରାର୍ଥୀ ଦେବା ନଦେବା ନେଇ ଏଯାଏ ନିଷ୍ପତ୍ତି ହୋଇନି। ପାର୍ଲାମେଣ୍ଟାରୀ ବୋର୍ଡ ପ୍ରାର୍ଥୀ ଦେବା ନେଇ କିଛି ନିଷ୍ପତ୍ତି ନେଇ ନାହିଁ ବୋଲି କହିଛନ୍ତି ଶ୍ରୀଚନ୍ଦନ।
ମାର୍ଚ୍ଚ ୭ ତାରିଖରେ ୪ର୍ଥ ପ୍ରାର୍ଥୀ ଦେବା ନେଇ ବିଜେପି ସଭାପତି ସମୀର ମହାନ୍ତି ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ ଯେ, ବିଜେପି ରାଷ୍ଟ୍ରୀୟ ଦଳ ପ୍ରାର୍ଥୀ ହେବା ନିଷ୍ପତ୍ତି ନେବ ସଂସଦୀୟ ବୋର୍ଡ। ଏବେ ସୁଦ୍ଧା ସେ ନେଇ କୌଣସି ନିଷ୍ପତ୍ତି ଆସିନଥିବା କହିଥିଲେ ସମୀର ମହାନ୍ତି।
ଅପରପକ୍ଷେ ବିଧାନସଭାରେ କଂଗ୍ରେସ ସଂଖ୍ୟା କମ୍ ଥିବା ହେତୁ ରାଜ୍ୟସଭା ପ୍ରାର୍ଥୀ ଦେଇ ପାରିବ ନାହିଁ କଂଗ୍ରେସ। ଗତକାଲି ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ, ରାଜ୍ୟସଭା ନିର୍ବାଚନରେ ଆମ ବିଧାୟକ ଭୋଟ ଦେବେ ନାହିଁ। ଆମର ତ ପ୍ରାର୍ଥୀ ନାହାନ୍ତି କଣ ପାଇଁ ଭୋଟ ଦେବୁ। ତେବେ କଂଗ୍ରେସ ଭୋଟଦାନରୁ ବିରତ ରହିଲେ ବିଜେଡିକୁ ସୁହାଇବା ସ୍ପଷ୍ଟ ଜଣାପଡ଼ୁଛି।
ବିଜେଡି ସୁବାସ ସିଂହ, ମୁନା ଖାଁ, ସୁଜିତ କୁମାର ଓ ମମତା ମହନ୍ତଙ୍କୁ ବିଜେଡ଼ି ପ୍ରାର୍ଥୀଭାବେ ଘୋଷଣା କରିଛି ବିଜେଡି।
Comments are closed.