ସ୍କୁଲ ପିଲାଙ୍କୁ ସାମୁହିକ ହୋଲି ଖେଳ ମନା
ଭୁବନେଶ୍ବର: କାଲି ରଙ୍ଗର ପର୍ବ ‘ହୋଲି’ ଥିବାରୁ ଆଜି ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ସ୍କୁଲ ପିଲାମାନଙ୍କୁ ସାମୂହିକ ଭାବେ ରଙ୍ଗ ନ ଖେଳିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ସ୍କୁଲ ପିଲାମାନେ ଏକାଠି, ସମବେତ ଭାବେ ରଙ୍ଗ ନ ଖେଳନ୍ତୁ। କରୋନା ପାଇଁ ସ୍କୁଲଗୁଡ଼ିକରେ ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ବନ୍ଦ କରାଯାଉଛି। ଖୁବଶୀଘ୍ର ସ୍କୁଲରେ କରୋନା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ କରାଯିବ।
ଆସନ୍ତାକାଲି ହୋଲି ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଛି। କରୋନା ଭୂତାଣୁ ସଂକ୍ରମଣ ହେବା ଆଶଙ୍କା ଥିବାରୁ ସତର୍କତାର ସହ ହୋଲି ଖେଳିବାକୁ କୁହାଯାଇଛି। ଯଥାସମ୍ଭବ ଏକତ୍ର ହୋଇ ରଙ୍ଗ ଖେଳରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ବଡ଼ ସମାବେଶ କରି ହୋଲି ଖେଳନ୍ତୁ ନାହିଁ, ମୁହଁରେ ରଙ୍ଗ ବୋଳନ୍ତୁ ନାହିଁ, କର ମର୍ଦ୍ଦନ କି ଆଲିଙ୍ଗନ କରନ୍ତୁ ନାହିଁ ବୋଲି ପରାମର୍ଶ ଦିଆଯାଇଛି ।
Comments are closed.