ହୋଲି: ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ବର: ଆଜି ହେଉଛି ପର୍ବର ରଙ୍ଗ ହୋଳଇ। ଏହି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ। ଟ୍ବିଟ କରି ସୁରକ୍ଷିତ ହୋଲି ପାଳିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।cନବୀନ ନିଜ ଟ୍ବିଟର ପେଜରେ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ରଙ୍ଗର ପର୍ବ ହୋଲି ସମସ୍ତଙ୍କ ପାଇଁ ଆନନ୍ଦମୟ ହେଉ। ସମସ୍ତେ ସୁରକ୍ଷିତ ଭାବେ ହୋଲି ଉତ୍ସବ ପାଳନ କରନ୍ତୁ। ଜୟ ଜଗନ୍ନାଥ ବୋଲି ଲେଖିଛନ୍ତି।
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ରଙ୍ଗର ପର୍ବ ହୋଲି ସମସ୍ତଙ୍କ ପାଇଁ ଆନନ୍ଦମୟ ହେଉ। ସମସ୍ତେ ସୁରକ୍ଷିତ ଭାବେ ହୋଲି ଉତ୍ସବ ପାଳନ କରନ୍ତୁ। ଜୟ ଜଗନ୍ନାଥ। 🙏#Holi2020 pic.twitter.com/PKCcjNkKTP
— Naveen Patnaik (@Naveen_Odisha) March 10, 2020
ଅପରପକ୍ଷେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ କରି ହୋଲି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ପ୍ରେମ, ଶୁଭେଚ୍ଛା, ସମନ୍ବୟ ଏବଂ ସାମାଜିକ ପରମ୍ପରାର ସୌହାର୍ଦ୍ଦ୍ୟର ପର୍ବ, ହୋଲିରେ ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା | ରଙ୍ଗର ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନରେ ନୂତନ ଶକ୍ତି, ଆନନ୍ଦ ଏବଂ ସୁଖ ଆଣିଦେଉ ବୋଲି ସେ ଟ୍ବିଟ କରିଛନ୍ତି।
प्रेम, सद्भावना, सौहार्द एवं सामाजिक समरसता का त्योहार, होली पर सभी देशवासियों को शुभकामनाएँ।
रंगों का यह पावन उत्सव सभी के जीवन में नयी ऊर्जा, उमंग एवं ख़ुशियाँ लाए। #होली_की_हार्दिक_शुभकामनाएं #HappyHoli pic.twitter.com/nx0JY0bOms
— Dharmendra Pradhan (@dpradhanbjp) March 10, 2020
Comments are closed.