ପ୍ରେମରେ ଫସାଇ ବାହା ନ ହୋଇ ବିକ୍ରି କରିଦେଲା ପ୍ରେମିକ
ରାଉରକେଲା: ନିଜ ପ୍ରେମରେ ଫସାଇ ନିଜ ପ୍ରେମିକାକୁ ନେଇ ଦିଲ୍ଲୀରେ ବିକ୍ରି କରିଥିଲା ପ୍ରେମିକ। ଏଭଳି ଅଭାବନୀୟ ଘଟଣା ଘଟିଛି ରାଉରକେଲା ଚାନ୍ଦିପୋଷ ଥାନା ଅଞ୍ଚଳରେ।
ମିଳିଥିବା ସୂଚନା ଅନୁସାରେ, ନିରୀହ ଆଦିବାସୀ ଝିଅକୁ ନିଜ ପ୍ରେମ ଜାଲରେ ଫସେଇ ଯୁବକ ଜଣକ ନିଜ ତାଙ୍କୁ ନେଇ ଦିଲ୍ଲୀରେ ଏକ ଅଫିସରେ ବିକ୍ରି କରି ଦେଇଥିଲା। ଯୁବତୀ ଜଣଙ୍କ ଫୋନ୍ ଯୋଗେ ନିଜ ଘର ଲୋକଙ୍କୁ କହିବା ପରେ ପରିବାର ପକ୍ଷରୁ ଚାନ୍ଦିପୋଷ ଥାନାରେ ଏତଲା ଦିଆଯାଇଥିଲା। କିନ୍ତୁ ପୋଲିସ ଏହାକୁ ଅତି ହାଲକା ଭାବେ ନେଇ ପରେ ଦେଖିବା ବୋଲି କହିଥିଲେ।
ତେବେ ପରିବାର ଲୋକ ସ୍ଥାନୀୟ ସମାଜସେବୀ ଚାନ୍ଦମଣୀ ସଣ୍ଡିଲଙ୍କ ସହାୟତାରେ ଦିଲ୍ଲୀରେ ଏକ ସାମାଜିକ ଅନୁଷ୍ଠାନକୁ ଯୋଗାଯୋଗ କରିଥିଲେ । ସାମାଜିକ ଅନୁଷ୍ଠାନ ସେହି କାର୍ଯ୍ୟାଳୟରେ ଚଢାଉ କରି ଯୁବତୀଙ୍କୁ ଉଦ୍ଧାର କରିଥିଲେ। ତେବେ ଅଫିସ ମାଲିକ, ଦଲାଲ ସହ ପ୍ରେମିକ ଶଙ୍କର ବାଗେ ଫେରାର ହୋଇଯାଇଛି। ଆଜି ମାଜିଷ୍ଟ୍ରେଟ ସାମ୍ନାରେ ଯୁବତୀଙ୍କ ବୟାନ ରେକର୍ଡ କରାଯିବ।
Comments are closed.