୩ଟା ଯାଏଁ ଗୃହ ମୁଲତବି
ଭୁବନେଶ୍ବର: ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନରେ ୟେସ୍ ବ୍ୟାଙ୍କ ତାତି ଦେଖିବାକୁ ମିଳିଛି। କଂଗ୍ରେସ ସଦସ୍ୟଙ୍କ ହୋହଲା ପାଇଁ ଗୃହ ଅପରାହ୍ନ ୩ଟା ଯାଏଁ ମୁଲତବି କରିଛନ୍ତି ବାଚଷ୍ପତି। ଜଗନ୍ନାଥଙ୍କ ଟଙ୍କା ଖାଇଲା କିଏ ସ୍ଲୋଗାନ ଯୋଗୁଁ ଗୃହ ପୁଣି ମୁଲତବି ରହିଛି।
ପ୍ରକାଶ ଯେ, ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ ପରେ ପରେ ଗୃହରେ କଂଗ୍ରେସ ବିଧାୟକମାନେ ‘ଶ୍ରୀ ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ୟେସ୍ ବ୍ୟାଙ୍କରେ ରହିବ’ ପ୍ରସଙ୍ଗ ଉଠାଇ ହୋହାଲ୍ଲା କରିଥିଲେ। କଂଗ୍ରେସ ବିଧାୟକମାନଙ୍କ ହୋହାଲ୍ଲା ଦେଖି ବାଚସ୍ପତି ଗୃହକୁ ଦିନ ୧୨.୩୦ ଯାଏଁ ମୁଲତବି ଘୋଷଣା କରିଦେଇଛନ୍ତି।
ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟରେ ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କ ପ୍ରମୁଖ ଅସ୍ତ୍ର ଭାବେ ମହାପ୍ରଭୁଙ୍କ ଜଗନ୍ନାଥଙ୍କ ୫୪୫ କୋଟି ଜମାରାଶି ଘରୋଇ ୟେସ ବ୍ୟାଙ୍କରେ ରହିବା ପ୍ରସଙ୍ଗ ରହିଛି। ଏଥି ସହ ଜମି ଅଧିଗ୍ରହଣ ,କୃଷକ ସମସ୍ୟା , ମଣ୍ଡି ସମସ୍ୟା ସହ ଚିଟଫଣ୍ଡ ଘଟଣାର ତଦନ୍ତ କରୁଥିବା କମିଶନ ବନ୍ଦ ହେବା ଏବଂ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନେଇ ଗୃହରେ ସରକାରଙ୍କୁ ଘେରିବେ ବିରୋଧୀ ଘେରିବାର ସମ୍ଭାବନା ରହିଛି।
Comments are closed.