ଚର୍ଚ୍ଚାରେ ଆମୀରଙ୍କ ସିନେମା ଗଜନୀ

ମୁମ୍ବାଇ : ବଲିଉଡ ସୁପରଷ୍ଟାର ଆମୀର ଖାନ୍ ନିଜ ସିନେମାାକୁ ନେଇ ଅନେକ ସମୟ ଚର୍ଚ୍ଚାରେ ରହିଥାନ୍ତି । ତେବେ ତାଙ୍କ ଅଭିନୀତ ସିନେମା ‘ଗଜନୀ’ ହିଟ ହୋଇଥିଲା ଏହା ୨୦୦୮ରେ ରିଲିଜ୍ ମଧ୍ୟ ହୋଇଥିଲା ।
ଏହି ସିନେମଟି ଏବେ ଚର୍ଚ୍ଚାରେ ରହିଛି ବହୁତ ଶୀଘ୍ର ଏହି ସିନେମାର ସିକ୍ୱେଲ୍ ତିଆରି ହେବ।କୁ ଯାଇଛି । ଏଥିରେ ପୁଣି ଆମୀରଙ୍କୁ ଦେଖିବାକୁ ମିଳିବ। ସେ ଏ ବିଷୟରେ କିଛି ଘୋଷଣା କରିନାହାନ୍ତି ।
ଏହି ସମ୍ବନ୍ଧରେ ରିଲାଏନ୍ସ ଏଣ୍ଟରଟେନ୍ମେଣ୍ଟର ଏକ ଟ୍ୱିଟ୍ରୁ ସୂୂଚନା ମିଳିଛି । ଏହାର ଅଫିସିଆଲ୍ ଟ୍ୱିଟର ଏକାଉଣ୍ଟରେ ଦୁଇ ଦିନ ତଳେ ଅର୍ଥାତ୍ ୧୦ ତାରିଖରେ ହୋଇଥିବା ଏକ ପୋଷ୍ଟରେ ‘ଗଜନୀ’ ଲେଖାଅଛି । ଏଥିରେ ଲେଖା ହୋଇଛି- ‘ଏହି ପୋଷ୍ଟଟି ବୋଧହୁଏ ଗଜନୀ ବିଷୟରେ ଥିଲା, ହେଲେ ଆମେ ଭୁଲିଗଲୁ ଯେ ଆମେ କ’ଣ ତିଆରି କରିବାକୁ ଚାହୁଁଛୁ ।’ ଆଉ ଏହାର କ୍ୟାପସନ୍ରେ ଲେଖାଯାଇଛି ଯେ ଏଥିପାଇଁ ଗଜନୀ ଦାୟୀ! କେବଳ ସେତିକି ନୁହେଁ, ଏହି ପୋଷ୍ଟରେ ଆମୀରଙ୍କୁ ମଧ୍ୟ ଟ୍ୟାଗ୍ କରାଯାଇଛି ।
୨୦୦୮ ରିଲିଜ ହୋଇଥିବା ସିନେମା ‘ଗଜନୀ’ରେ ଆମୀରଙ୍କୁ ସର୍ଟ ଟର୍ମ ମେମୋରି ଲସ୍ର(ଭୁଲିଯିବା) ସମସ୍ୟା ଥିଲା । ସେ ସବୁକିଛି ଭୁଲି ଯାଉଥିଲେ । ଏହି ସିନେମାଟି ୨୦୦୫ରେ ଆସିଥିବା ତାମିଲ୍ ସିନେମା ‘ଗଜନୀ’ର ହିନ୍ଦୀ ରିମେକ୍ ଥିଲା । ଏଆର୍ ମୁର୍ଗାଦୋସ୍ ଏହାର ନିର୍ଦ୍ଦେଶନା ଦେଇଥିଲେ । ତାମିଲ ଭାଷାରେ ବି ସେ ଏହି ସିନେମାର ନିର୍ଦ୍ଦେଶନା ଦେଇଥିଲେ।
Comments are closed.