Odisha Link
Bridging the Missing Links in Odisha

ୟେସ୍ ବ୍ୟାଙ୍କ ପରେ ସଙ୍କଟରେ କର୍ଣ୍ଣାଟକା ବ୍ୟାଙ୍କ !

ନୂଆଦିଲ୍ଲୀ: ୟେସ୍ ବ୍ୟାଙ୍କର ଦେବାଳିଆ ସ୍ଥିତି ପରେ ଏବେ କର୍ଣ୍ଣାଟକା ବ୍ୟାଙ୍କର ସ୍ଥିତିକୁ ନେଇ ଚର୍ଚ୍ଚା। କର୍ଣ୍ଣାଟକା ବ୍ୟାଙ୍କର ଗ୍ରାହକମାନେ ଅସନ୍ତୋଷ ଜାହିର କରିଥିବା ନେଇ ସୂଚନା ରହିଛି। ସୋଶିଆଲ୍ ମିଡିଆରେ ଏନେଇ ଖବର ଭାଇରାଲ ହେବା ପରେ ବ୍ୟାଙ୍କ କତ୍ତୃପକ୍ଷ ସ୍ପଷ୍ଟୀକରଣ ରଖିଛନ୍ତି। ଗୁଜବ ଖବର ଉପରେ ଧ୍ୟାନ ନଦେବାକୁ ଗତକାଲି ବ୍ୟାଙ୍କ କତ୍ତୃପକ୍ଷ କହିଛନ୍ତି। ବ୍ୟାଙ୍କ କତ୍ତୃପକ୍ଷ ଆହୁରି କହିଛନ୍ତି ଯେ,, କର୍ଣ୍ଣାଟକା ବ୍ୟାଙ୍କର ସମସ୍ତ ଜମାକାରୀଙ୍କ ଟଙ୍କା ସୁରକ୍ଷିତ ରହିଛି। ବ୍ୟାଙ୍କ ପାଖରେ ମଧ୍ୟ ଆବଶ୍ୟକ ଟଙ୍କା ରହିଛି। ତେଣୁ ଜମାକାରୀ ଭୟଭୀତ ହେବାର ଆବଶ୍ୟକ ନାହିଁ।

ବ୍ୟାଙ୍କର ସିଇଓ ମହାବଳେଶ୍ୱର ଏମ୍.ଏସ୍ କହିଛନ୍ତି, ଦେଶରେ ୯୬ ବର୍ଷରୁ ଅଧିକ ସମୟ ହେବ ବ୍ୟାଙ୍କିଙ୍ଗ ସେବା ଯୋଗାଇ ଆସୁଛି କର୍ଣ୍ଣାଟକା ବ୍ୟାଙ୍କ୍। ଦେଶରେ ୧.୧ କୋଟିରୁ ଅଧିକ ସନ୍ତୁଷ୍ଟ ଗ୍ରାହକ ରହିଛନ୍ତି। ଟିଭି ଓ ସୋଶାଲ ମିଡିଆରେ ଯେଉଁ ଖବର ଆସୁଛି ତାହା ଗୁଜବ। ଭୟଭୀତ ହେବାର ଆବଶ୍ୟକତା ନାହିଁ। କର୍ଣ୍ଣାଟକା ବ୍ୟାଙ୍କ ପୂର୍ବରୁ ଆରବିଏଲ ବ୍ୟାଙ୍କ ମଧ୍ୟ ସମାନ ମନ୍ତବ୍ୟ ଦେଇ ଗ୍ରାହକଙ୍କୁ ଆଶ୍ୱାସନା ଦେବାକୁ ଚେଷ୍ଟା କରିଛନ୍ତି।

Comments are closed.