ସିନ୍ଧିଆଙ୍କୁ ବିଜେପି ସୁରକ୍ଷିତ ରଖୁ: ଦିଗବିଜୟ ସିଂହ

ଭୋପାଲ: ଭାରତୀୟ ଜନତା ପାର୍ଟିରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସାମିଲ ଓ ୨୨ କଂଗ୍ରେସ ନେତାଙ୍କ ଇସ୍ତଫା କମଲନାଥଙ୍କ ସରକାରକୁ ସଙ୍କଟରେ ପକାଇଛି। ମଧ୍ୟପ୍ରଦେଶ ରାଜନୀତିରେ ଚାଲିଥିବା ସଙ୍କଟ ଭିତରେ ଆଜି କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଅପରପକ୍ଷେ କ୍ଷମତାସୀନ କଂଗ୍ରେସ ସରକାରଙ୍କୁ ଗାଦିଚ୍ୟୁତ କରିବା ପାଇଁ ବିଜେପି ଆସନ୍ତା ୧୬ ତାରିଖରେ ବିଧାନସଭାରେ ଫ୍ଲୋର ଟେଷ୍ଟ ପାଇଁ ଦାବି କରିବ ବୋଲି ମଧ୍ୟ ଜଣାପଡ଼ିଛି।
ଅନ୍ୟପଟେ ସିନ୍ଧିଆ ବିଜେପିରେ ସାମିଲ ହେବାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ। ସେ ଟୁଇଟ କରି କହିଛନ୍ତି ଯେ, ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି କି ଜ୍ୟୋତିରାଦିତ୍ୟ ସିନ୍ଧିଆ ଭାରତୀୟ ଜନତା ପାର୍ଟିରେ ସୁରକ୍ଷିତ ରୁହନ୍ତୁ। ଆଜି ଦିଗବିଜୟ ସିଂହ ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
Comments are closed.