Odisha Link
Bridging the Missing Links in Odisha

କରୋନା ପାଇଁ ବାତିଲ୍ ହୋଇପାରେ ଆଇପିଏଲ; ଶନିବାର ଚୂଡ଼ାନ୍ତ ନିଷ୍ପତ୍ତି

ମୁମ୍ବାଇ : କରୋନା ପାଇଁ ବାତିଲ୍ ହୋଇପାରେ ଆଇପିଏଲ। ଚଳିତ ମାସ ୨୯ରୁ ଆରମ୍ଭ ହେବାକୁ ଥିବା ଆଇପିଏଲକୁ ରଦ୍ଦ କିମ୍ବା ଘୁଞ୍ଚାଇବା ନେଇ ବିସିସିଆଇ ବିଚାର କରୁଛି। ଏ ସଂପର୍କରେ ଆଲୋଚନା ପାଇଁ ଶନିବାର ଦିନ ବିସିସିଆଇ ପକ୍ଷରୁ ଆଇପିଏଲ ଗଭର୍ଣ୍ଣିଂ ବଡିର ଏକ ବୈଠକ ଡକାଯାଇଛି ବୋଲି ଆଇପିଏଲ ଅଧ୍ୟକ୍ଷ ବ୍ରିଜେସ ପଟେଲ କହିଛନ୍ତି।

କରୋନା ଭାଇରସକୁ ଗତକାଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ବିଶ୍ୱ ମହାମାରୀ ଘୋଷଣା କରାଯିବା ପରେ ତାହାକୁ ନେଇ ସମଗ୍ର ବିଶ୍ୱରେ ଆତଙ୍କ ଖେଳିଯାଇଛି। ଏହି ଭାଇରସ ଏବେ ବିଶ୍ୱର ୧୦୫ଟି ଦେଶରେ ପହଞ୍ଚିସାରିଲାଣି। ଭାରତ ସରକାର ମଧ୍ୟ ଏହାର ନିୟନ୍ତ୍ରଣ ପାଇଁ କେତେକ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ଆସନ୍ତା ଏପ୍ରିଲ ୧୫ ପର୍ଯ୍ୟନ୍ତ ସବୁ ପର୍ଯ୍ୟଟନ ଭିସାକୁ ରଦ୍ଦ କରାଯିବା ସହ ଲୋକମାନେ ଏକତ୍ରିତ ହେଉଥିବା ବିଭିନ୍ନ ସମାରୋହ ଉପରେ କଟକଣା ଲଗାଯାଇଛି। ମହାରାଷ୍ଟ୍ର ସରକାର ରାଜ୍ୟରେ ଆଇପିଏଲ ମ୍ୟାଚକୁ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Comments are closed.