ରାଜ୍ୟର ନୂଆ ଫୁଡ କମିଶନର ହେଲେ ପ୍ରମୋଦ କୁମାର ମେର୍କପ
ଭୁବନେଶ୍ବର: ରାଜ୍ୟରେ ନିଯୁକ୍ତି ହେଲେ ନୂଆ ଫୁଡ କମିଶନର । ୧୯୮୬ ବ୍ୟାଚ ଆଇଏଫଏସ ପ୍ରମୋଦ କୁମାର ମେର୍କପ କମିଶନର ଭାବେ ନିଯୁକ୍ତି ପାଇଛନ୍ତି। ଏନେଇ ଖାଦ୍ୟ ଓ ଯୋଗାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ପୂର୍ବତନ କମିଶନର ରଙ୍ଗଲାଲ ଜାମୁଣ୍ଡାଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଏହି ପଦବୀ ଖାଲି ପଡିଥିଲା। ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ଏହି କମିଶନ ୨୦୧୬ରେ ଗଠନ ହୋଇଥିଲା।
Comments are closed.