କରୋନା ଭାଇରସକୁ ନେଇ ବାର୍ତ୍ତା ଦେଲେ ବିଗ୍ ବି (ଦେଖନ୍ତୁ ଭିଡିଓ)
ନୂଆଦିଲ୍ଲୀ: କରୋନା ଭାଇରସକୁ ନେଇ ଏବେ ସାରା ବିଶ୍ବ ଚିନ୍ତିତ। ଏଯାବତ୍ ପ୍ରାୟ ୧ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଅନ୍ୟପଟେ ଭାରତରେ ୭୪ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଗତକାଲି ରାତି ଭାରତରେ କରୋନା ଯୋଗୁଁ ଜଣକର ମୃତ୍ୟୁ ମଧ୍ୟ ହୋଇସାରିଛି। ଅପରପକ୍ଷେ ବଲିଉଡ ଜଗତର ବିଗ୍ ବି ଅମିତାଭ ବଚ୍ଚନ କରୋନକୁ ନେଇ ସଚେତନତା ବାର୍ତ୍ତା ଦେଇଛନ୍ତି।
ତେବେ କିଏ କେଉଁ ଉପାୟରେ କରୋନାକୁ ମୁକାବିଲା କରିବା ପାଇଁ ସତର୍କ ବାର୍ତ୍ତା ଦେଉଥିବା ବେଳେ ବିଗ ବି ଅମିତାଭ ବଚ୍ଚନ କରୋନାକୁ ନେଇ ଏକ ସୁନ୍ଦର କବିତା ଆବୃତ୍ତି କରିଛନ୍ତି । ଏହି କବିତାକୁ ସେ ଟ୍ୱିଟରରେ ସେୟାର କରିଛନ୍ତି। ଅମିତାଭ କବିତା ଆବୃତ୍ତି କରି କରୋନାକୁ ଦୃଢତାର ସହ ସାମ୍ନା କରିବାକୁ ଆହ୍ବାନ ଜଣାଇଛନ୍ତି। ଲୋକଙ୍କୁ ସାବଧାନ ରହିବାକୁ ଅମିତାଭ ପରାମର୍ଶ ଦେଇଥିବାବେଳେ କହିଛନ୍ତି ଯେ ”କରୋନାକୁ ନେଇ ବହୁତ ଲୋକ ବିଭିନ୍ନ ପ୍ରକାରର ଚିକିତ୍ସା ପଦ୍ଧତି ବାବଦରେ କହୁଛନ୍ତି। ଘରେ ବସି ରହିବାକୁ କିଛି କହୁଥିବାବେଳେ ଆଉ କିଛି ଲୋକ ବିନା ସାବୁନରେ ହାତ ନ ଧୋଇବାକୁ ପରାମର୍ଶ ଦେଉଛନ୍ତି। ମୁଁ ଭାବିଲି ହଉ ଠିକ ଅଛି ଲୋକ ଯେମିତି କହୁଛନ୍ତି ସେମିତି ହିଁ କରିବି। କରୋନା ଆସୁ ପଛେ ଆମେ ଠେଙ୍ଗା ଦେଖାଇ ଏହାକୁ ମୁକାବିଲା କରିବା”।
T 3468 – Concerned about the COVID 19 .. just doodled some lines .. in verse .. please stay safe .. 🙏 pic.twitter.com/80idolmkRZ
— Amitabh Bachchan (@SrBachchan) March 12, 2020
Comments are closed.