କରୋନା କବଳରେ କାନାଡା ପ୍ରଧାନମନ୍ତ୍ରୀଙ୍କ ପତ୍ନୀ
ନୂଆଦିଲ୍ଲୀ: କରୋନା କବଳରେ କାନାଡା ପ୍ରଧାନମନ୍ତ୍ରୀଙ୍କ ପତ୍ନୀ। କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ପତ୍ନୀଙ୍କ ରକ୍ତନମୂନା କୋରୋନା ପଜିଟିଭ୍ ଆସିଛି। ୟୁକେରୁ ଫେରିବା ପରେ ଅସୁସ୍ଥ ଥିଲେ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ। ତାଙ୍କର ରକ୍ତନମୂନା ପରୀକ୍ଷା କରାଯିବା ପରେ ସେ କୋରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛନ୍ତି। ସେପଟେ ପତ୍ନୀ ଅସୁସ୍ଥ ଅନୁଭବ କରିବା ଦିନଠୁ ଲୋକଙ୍କଠୁ ନିଜକୁ ଓ ନିଜ ପତ୍ନୀଙ୍କୁ ଦୂରେଇ ରଖିଛନ୍ତି କାନାଡା ପ୍ରଧାନମନ୍ତ୍ରୀ।
ଅପରପକ୍ଷେ ସାରା ବିଶ୍ବରେ ପ୍ରାୟ ୧ ଲକ୍ଷରୁ ଉର୍ଦ୍ଧ୍ବ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟ ୭୪ରେ ପହଁଞ୍ଚିଛି।
Comments are closed.