Odisha Link
Bridging the Missing Links in Odisha

ହାତ ଧୋଇଲେ ନବୀନ

ଭୁବନେଶ୍ବର: ସାରା ବିଶ୍ବକୁ ଘାରିଛି କରୋନା ଭାଇରସ୍‌ ଚିନ୍ତା। କରୋନା ଆତଙ୍କକୁ ନଜରରେ ରଖି ରାଜ୍ୟ ସରକାର କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଛନ୍ତି। ଅପରପକ୍ଷେ କରୋନା ଭାଇରସର ମୁକାବିଲା କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆଜି ବିଧାନସଭା ପରିସରରେ ମଧ୍ୟ ସେଫ୍‌ ଓଡ଼ିଶା ଅଭିଯାନ ଅନ୍ତର୍ଗତ ଏକ ସାମୁହିକ ହାତଧୁଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଓ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ମିଳିତ ଭାବେ ହାତ ଧୋଇ ସାରା ରାଜ୍ୟକୁ ଏକ ସଚେତନତାର ବାର୍ତ୍ତା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ମନ୍ତ୍ରିମଣ୍ଡଳର ବରିଷ୍ଠ ସଦସ୍ୟ ଓ ବିଧାୟିକା ମାନେ ସାମିଲ ହୋଇଥିଲେ।

Comments are closed.