Odisha Link
Bridging the Missing Links in Odisha

ଗୁଗୁଲ କର୍ମଚାରୀ କରୋନାରେ ଆକ୍ରାନ୍ତ

ବାଙ୍ଗାଲୋର: କରୋନା ଏବେ ସାରା ବିଶ୍ୱରେ ଏହାର କାୟା ବିସ୍ତାର କରୁଛି। ଏଥିପାଇଁ କରୋନା ଭାଇରସ୍‌କୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ମହାମାରୀ ଘୋଷଣା କରିଛନ୍ତି। ଭାରତରେ ବର୍ତ୍ତମାନ ସୁଦ୍ଧା ୭୪ ଜଣ ଲୋକ କରୋନାରେ ଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହି ତାଲିକାରେ ଜଣେ ଗୁଗୁଲ କର୍ମଚାରୀ ମଧ୍ୟ ଅଛନ୍ତି। ସେ ବାଙ୍ଗାଲୋରରେ କାର୍ଯ୍ୟ କରୁଥିବାବେଳେ କରୋନା ଭୁତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିବାର ଜଣାପଡିଛି। କରୋନା ସନ୍ଦେହରେ ତାଙ୍କର ରକ୍ତ ପରୀକ୍ଷା କରାଯାଇଥିଲା ଯାହା ପଜିଟିଭ ଆସିଛି।

ଗୁଗୁଲ ପକ୍ଷରୁ କୁହାଯାଇଛି ଯେ, ‘ଆମର ବାଙ୍ଗାଲୋର କାର୍ଯ୍ୟାଳୟର ଜଣେ କର୍ମଚାରୀ କୋଭିଡ -19 ରୋଗରେ ଆକ୍ରାନ୍ତ ହୋଇଛନ୍ତି। କରୋନା ଲକ୍ଷଣର ବିକାଶ ପୂର୍ବରୁ ସେ କିଛି ଘଣ୍ଟା ପାଇଁ ଆମର ବେଙ୍ଗାଲୁରୁ କାର୍ଯ୍ୟାଳୟରେ ଥିଲେ। ଏବେ କର୍ମଚାରୀ ଜଣଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି ଏବଂ ତାଙ୍କୁ ଘରେ ରହି କାମ କରିବାକୁ ଗୁଗୁଲ ପକ୍ଷରୁ କୁହାଯାଇଛି।

Comments are closed.