ଏପ୍ରିଲ ୧୫ ଯାଏଁ ଘୁଞ୍ଚିଲା ଆଇପିଏଲ

ମୁମ୍ବାଇ: ସମଗ୍ର ବିଶ୍ୱରେ ଏବେ କରୋନା ଭାଇରସର ଆତଙ୍କ ଦେଖାଦେଇଛି। କରୋନାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାମାରୀ ଘୋଷଣା ପରେ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ନେଇଛି ଭାରତ। କରୋନାର ଭୟାବହତାକୁ ଆଖି ଆଗରେ ରଖି ଆଇପିଏଲ ରଦ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ବିସିସିଆଇ। ଆସନ୍ତା ଏପ୍ରିଲ ୧୫ ଯାଏଁ ଆଇପିଏଲକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଖେଳାଳି ଓ ଦର୍ଶକଙ୍କ ସ୍ବାସ୍ଥ୍ୟକୁ ଧ୍ୟାନରେ ରଖି ବିସିସିଆଇ ଏଭଳି ନିଷ୍ପତ୍ତି ନେଇଛି। ଚଳିତ ମାସ ୨୯ ତାରିଖରୁ ଆଇପିଏଲର ୧୩ଶ ସଂସ୍କରଣ ଆରମ୍ଭ ହେବାର ଥିଲା।
Comments are closed.