କରୋନା ପାଇଁ ଇରାନ ଖୋଳିଛି ବିଶାଳ କବର

ତେହେରାନ: ସମଗ୍ର ବିଶ୍ୱରେ କରୋନା ମହାମାରୀ ରୂପ ଧାରଣ କରିଥିବାବେଳେ ଇରାନରେ ୧୦ ହଜାରରୁ ଅଧିକ ଲୋକ ଏହି ଭୁତାଣୁ ଯୋଗୁଁ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୨୯ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଇରାନର ସ୍ଥିତି ଜଟିଳ ରହିଛି। ବିଶ୍ୱର ପ୍ରମୁଖ ଗଣମାଧ୍ୟମମାନଙ୍କ ରିପୋର୍ଟରୁ ଜଣାପଡିଛି ଯେ, ଇରାନ ରାଜଧାନୀ ତେହେରାନରୁ ପ୍ରାୟ ୧୪୫ କିଲୋମିଟର ଦୂର କୋମର ବେସତ-ଏ-ମାସୋମେହ କମ୍ପ୍ଲେକ୍ସରେ କରୋନା ମୃତକଙ୍କ ପାଇଁ ୩୦୦ ଫୁଟ ଲମ୍ବର କବର ଖୋଳାଯାଇଥିବା କବରକୁ ଯାହା ଅନ୍ତରୀକ୍ଷରୁ ସ୍ପଷ୍ଟ ଦେଖି ହେଉଛି।
ଇରାନରେ ସଂକ୍ରମିତ ସଂଖ୍ୟା ବଢୁଥିବାରୁ ଏହାର ମୁକାବିଲା ପାଇଁ ଇରାନ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିଙ୍କୁ ୫୦୦ କୋଟି ଡଲାର ଜରୁରିକାଳୀନ ସହାୟତା ନିବେଦନ କରିଥିବା ବେଳେ ବଢୁଥିବା ମୃତ୍ୟୁ ସଂଖ୍ୟା ଦୃଷ୍ଟିରୁ ନୂଆ କବର ଖୋଳିଛି। ଫେବୃୟାରୀ ୨୪ ତାରିଖରୁ କବର ଖୋଳିବା କାର୍ଯ୍ୟ ଆରମ୍ଭ ହୋଇଛି। ମୃତ୍ୟୁ ଥମୁନଥିବାରୁ ଶ୍ମଶାନ ଅଞ୍ଚଳ ସମ୍ପ୍ରସାରଣ ହୋଇଛି।
Comments are closed.