ଇସ୍ରାଏଲ ଆଣିଲା କରୋନା ପ୍ରତିଷେଧକ!
ଜେରୁଜେଲମ: ବିଶ୍ୱବ୍ୟାପୀ କାୟା ବିସ୍ତାର କରୁଥିବା କରୋନା ବିଶ୍ୱ ମହାମାରୀ ବୋଲି ଘୋଷିତ ହୋଇଛି। ଅନେକ ଦେଶର ବୈଜ୍ଞାନିକମାନେ କରୋନାର ପ୍ରତିଷେଧକ ଉପରେ ଗବେଷଣା କରୁଥିବା ବେଳେ କରୋନା (କୋଭିଡ – ୧୯)ର ପ୍ରତିଷେଧକ ଟୀକା ବିକଶିତ କରିଛନ୍ତି ଇସ୍ରାଏଲର ବୈଜ୍ଞାନିକ। ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ନିର୍ଦ୍ଦେଶ କ୍ରମେ ଇସ୍ରାଏଲର ବୈଜ୍ଞାନିକ କରୋନାର ପ୍ରତିଷେଧକ ଟୀକା ବିକାଶ କରିଛନ୍ତି। ଖୁବଶୀଘ୍ର ଏ ବାବଦରେ ଇସ୍ରାଏଲ ସରକାର ଓ ବୈଜ୍ଞାନିକ ଟୀକା ବାବଦରେ ସ୍ପଷ୍ଟୀକରଣ ଦେବେ ବୋଲି ଜଣାପଡ଼ିଛି।
ଇସ୍ରାଏଲର ଖବରକାଗଜରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ‘ବୁଧବାର ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଧୀନରେ ଥିବା ଇନଷ୍ଟିଚ୍ୟୁଟ ଅଫ୍ ବାୟୋଲଜିକାଲ ରିସର୍ଚ୍ଚ କରୋନା ଭାଇରସର ଲକ୍ଷ୍ୟଣକୁ ପଢ଼ିବାରେ ସକ୍ଷମ ହୋଇଛନ୍ତି। ଯଦିଓ କରୋନା ଉପରେ ଗବେଷଣା କରି ବୈଜ୍ଞାନିକମାନେ ଟୀକା ପ୍ରସ୍ତୁତ କରିଛନ୍ତି ହେଲେ, ଜଣେ କରୋନା ଆକ୍ରାନ୍ତ ଏହି ଟୀକା ନେବା ପରେ କେତେ କ୍ଷିତକାରକ ଓ ଲାଭଦାୟକ ସେ ବାବଦରେ ଗବେଷଣା ହୋଇନାହିଁ। ତେଣୁ ଟୀକା ବାବଦରେ ବୈଜ୍ଞାନିକମାନଙ୍କୁ ଜାଣିବାକୁ ଆଉ ମାସେ ଦୁଇ ମାସ ସମୟ ଲାଗିପାରେ’।
ତେବେ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରଣାଳୟ ଖବରକାଗଜରେ ପ୍ରକାଶ ପାଇଥିବା କରୋନା ଟୀକା ସମ୍ପର୍କୀତ ଏହି ରିପୋର୍ଟକୁ ନେଇ ସ୍ପଷ୍ଟୀକରଣ ରଖିନାହିଁ। ଆବଶ୍ୟକ ପଡ଼ିଲେ ରକ୍ଷା ମନ୍ତ୍ରଣାଳୟ ସ୍ପଷ୍ଟୀକରଣ ରଖିବ ବୋଲି ମନ୍ତ୍ରଣାଳୟ ତରଫରୁ କୁହାଯାଇଛି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଫେବୃଆରୀ ୧ରେ କରୋନା ଭାଇରସ ଟୀକା ବିକଶିତ କରିବାକୁ ଦେଶର ସମସ୍ତ ଗବେଷଣା ସଂସ୍ଥାକୁ ଆହ୍ୱାନ କରିଥିଲେ।
Comments are closed.