ଭୂତକୁ ଡ଼ରନ୍ତି ପ୍ରେମ ଚୋପ୍ରା
ମୁମ୍ବାଇ : ବଲିଉଡ୍ରେ ଖଳନାୟକ କଥା ଉଠିଥିଲେ ସାଧାତଣତଃ ପ୍ରେମ୍ ଚୋପ୍ରାଙ୍କ ନାମ ମନେ ପଡ଼େ । ସେ ଖଳନାୟକ ଚରିତ୍ରରେ ଅଭିନୟ କରି ନିଜ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ପ୍ରେମ୍ ୧୯୬୦ ମସିହାରେ ପଞ୍ଜାବୀ ସିନେମାରୁ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ଓ ୧୯୬୪ରେ ହିନ୍ଦୀ ସିନେମା ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ ।
ମନୋଜ କୁମାର ଏବଂ ସାଧନାଙ୍କ ଅଭିନୀତ ସିନେମା‘ୱୋ କୌନ୍ ଥୀ’ରେ ପ୍ରଥମ ଥର ତାଙ୍କୁ ଖଳନାୟକ ଚରିତ୍ରରେ ଦେଖିବାକୁ ମିଳିଥିଲା। ଏହା ପରେ ସେ ଅନେକ ସିନେମାରେ ନେଗେଟିଭ୍ ସାଙ୍ଗକୁ ପଜିଟିଭ୍ ଚରିତ୍ରରେ ମଧ୍ୟ ଅଭିିନୟ କରିଛନ୍ତି । ମାତ୍ର ତାଙ୍କୁ ପରିଚୟ ମିଳିଛି ଖଳନାୟକ ଚରିତ୍ରରୁ। ପ୍ରେମ୍ ଅଭିନୟ କ୍ୟାରିୟର ମଧ୍ୟରେ ୩୦୦ରୁ ଊର୍ଦ୍ଧ୍ୱ ସିନେମାରେ କାମ କରିଛନ୍ତି ।
ତାଙ୍କ ବିଷୟରେ ଗୋଟେ କଥା ଦର୍ଶକ କେବେ ଜାଣି ନଥିବେ ,ସେ ପରଦା ଉପରେ ଲୋକଙ୍କୁ ଡରାଉଥାନ୍ତି କିନ୍ତୁ ନିଜେ ଭୂତପ୍ରେତକୁ ଡରିଥାନ୍ତି । ଏ କଥା ନିଜେ ପ୍ରେମ୍ ନିକଟରେ ଏକ ସାକ୍ଷାତ୍କାରରେ କହିଛନ୍ତି । ସେ କାହାକୁ ଡରନ୍ତି ପଚରାଯିବାରୁ କହିଥିଲେ, ପ୍ରତ୍ୟେକ ବ୍ୟକ୍ତି କାହାକୁ ନା କାହାକୁ ଡରିଥାନ୍ତି। ଭୂତ ପ୍ରେତ ସମେତ ମୃତ୍ୟୁକୁ ସେ ବହୁତ ଡରନ୍ତି ବୋଲି କହିଥିଲେ ।
Comments are closed.