Odisha Link
Bridging the Missing Links in Odisha

ୟେସ୍‌ ବ୍ୟାଙ୍କର ୭,୨୫୦ କୋଟିର ସେୟାର କିଣିବ ଏସ୍‌ବିଆଇ

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ୟେସ୍‌ ବ୍ୟାଙ୍କର ୭,୨୫୦ କୋଟି ଟଙ୍କାର ସେୟାର କ୍ରୟ କରିବ। ସେୟାର ପିଛା ମୂଲ୍ୟ ୧୦ ଟଙ୍କା ହିସାବରେ ଏସ୍‌ବିଆଇ ଏହାକୁ କିଣିବ ବୋଲି ଜଣାପଡ଼ିଛି। ଏକ ନିୟାମକ ଫାଇଲିଂରେ ଏସ୍‌ବିଆଇ କହିଛି ଯେ, ୟେସ୍‌ ବ୍ୟାଙ୍କର ୪୯% ପର୍ଯ୍ୟନ୍ତ ଅଂଶଧନ ଏହା କିଣିପାରେ। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ପୁନରୁଦ୍ଧାର ଯୋଜନାର ଏହା ଅଂଶ ବିଶେଷ ହେବ। ଏସ୍‌ବିଆଇ ଏବଂ ଅନ୍ୟ କେତେକ ଆର୍ଥିକ ଅନୁଷ୍ଠାନ ୟେସ୍‌ ବ୍ୟାଙ୍କର ଇକ୍ୱିଟି ସେୟାର ଖରିଦ କରିବେ। ନିକଟରେ ଆର୍‌ବିଆଇ ୟେସ୍‌ ବ୍ୟାଙ୍କର ପୁର୍ନଗଠନ ନିମନ୍ତେ ଏକ ଚିଠା ସ୍କିମ୍‌ ଉନ୍ମୋଚନ କରିଥିଲା ।

ଏସ୍‌ବିଆଇ ଆଜି ଏହି ଅଂଶଧନ କ୍ରୟ ପ୍ରସଙ୍ଗରେ ଘୋଷଣା କରିଛି। ଆର୍‌ବିଆଇ ଏହାର ଚିଠା ସ୍କିମ୍‌ରେ କହିଥିଲା କି ପୁର୍ନଗଠିତ ୟେସ୍‌ ବ୍ୟାଙ୍କର ଇକ୍ୱିଟିରେ ନିବେଶକ ବ୍ୟାଙ୍କଗୁଡ଼ିକ ନିବେଶ କରିବେ। ସେୟାର ପିଛା ୧୦ ଟଙ୍କା ହିସାବରେ ଏହି କାରବାର ହେବ। ୟେସ୍‌ ବ୍ୟାଙ୍କରେ ଅନ୍ୟ ବ୍ୟାଙ୍କଗୁଡ଼ିକର ଅଂଶଧନ ୪୯% ମଧ୍ୟରେ ରହିବ। ଉଲ୍ଲେଖଯୋଗ୍ୟ, ଏହି ଚିଠା ସ୍କିମ୍‌ ପ୍ରସ୍ତୁତ ପାଇଁ ଆର୍‌ବିଆଇ ଜମାକାରୀ, ଅଂଶୀଦାର ଏବଂ ଋଣଦାତାଙ୍କ ପକ୍ଷରୁ ମତାମତ ଆହ୍ୱାନ କରିଥିଲା।

Comments are closed.