କରୋନା ପାଇଁ ସ୍ବାସ୍ଥ୍ୟ ବିଭାଗର ରେଗୁଲେସନ୍

ଭୁବନେଶ୍ବର: କରୋନା ମୁକାବିଲା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରେଗୁଲେସନ୍ ଜାରି କରାଯାଇଛି। ନିୟମ ମୁତାବକ ସବୁ ସରକାରୀ, ଘରୋଇ ହସ୍ପିଟାଲ୍ ସନ୍ଦିଗ୍ଧ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହିବ। ହସ୍ପିଟାଲ୍ ଆସୁଥିବା ସମସ୍ତ ସନ୍ଦିଗ୍ଧଙ୍କ ସବୁପ୍ରକାର ତଥ୍ୟ ରଖିବେ ହସ୍ପିଟାଲ କର୍ତ୍ତୃପକ୍ଷ। କରୋନା ସଂପର୍କରେ ଗୁଜବ ପ୍ରଚାର କଲେ ଏହା ଅପରାଧ ବିବେଚିତ ହେବ। ଏଥିସହ କୌଣସି ଘରୋଇ ଲ୍ୟାବ୍ରେ କରୋନା ପରୀକ୍ଷାକୁ ଅନୁମତି ଦିଆଯାଇ ନାହିଁ।
କରୋନା ଆକ୍ରାନ୍ତ ଦେଶକୁ ଯାଇଥିଲେ ନିଜ ସଂପର୍କରେ ସୂଚନା ଦେବାକୁ ନିର୍ଦ୍ଦେଶ। ମେଡିକାଲ୍ କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ ଅଧିକାରୀଙ୍କୁ ସୂଚନା ଦେବାକୁ ନିର୍ଦ୍ଦେଶ। କୌଣସି ସନ୍ଦିଗ୍ଧ ଗାଇଡଲାଇନ ନ ମାନିଲେ ଆଇ.ପି.ସି ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହି ନିର୍ଦ୍ଦେଶନା ତତ୍କାଳ ଲାଗୁ ହେବା ସହ ୧ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।
Comments are closed.