କରୋନା: ରୋଗୀଙ୍କ ପରିଚୟ ପ୍ରଘଟ କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: କରୋନା ଭାଇରସ୍କୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ମହାମାରୀ ଘୋଷଣା କରିଛନ୍ତି। ଏହା ଏବେ ସାରା ବିଶ୍ବରେ ଏହାର କାୟା ବିସ୍ତାର କରିବାରେ ଲାଗିଛି। ଏଥିପାଇଁ ଲୋକଙ୍କ ମଧ୍ୟରେ ମାତ୍ରାଧିକ ଭୟ ବଢ଼ିଛି। ଏଭଳି ସ୍ଥିତିରେ କରୋନା ରୋଗୀଙ୍କ ପରିଚୟ ପ୍ରଘଟ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦିଆଯାଇଛି।
ଗତକାଲି କର୍ଣ୍ଣାଟକରେ ଜଣେ ରୋଗୀଙ୍କ ପରିଚୟ ପ୍ରଘଟ କରିଥିବାରୁ ଜଣେ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ନିଲମ୍ବନ ନିର୍ଦ୍ଦେଶ ମିଳିଥିଲା। ପୁନେର କର୍ତ୍ତୃପକ୍ଷମାନେ କହିଛନ୍ତି, ସୋସିଆଲ ମିଡିଆରେ ଯଦି କୌଣସି ରୋଗୀଙ୍କ ପରିଚୟ ପ୍ରଘଟ କରାଯାଏ ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ପୁଲିସ ଏନେଇ ସୋସିଆଲ ମିଡିଆ ପୋଷ୍ଟ୍ଗୁଡ଼ିକୁ ଯାଞ୍ଚ କରୁଛି ଏବଂ ବିଭିନ୍ନ କ୍ଷେତ୍ରରେ ସଠିକ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଯଦି କୌଣସି ରୋଗୀଙ୍କ ପରିଚୟ ପ୍ରଘଟ ହୁଏ ତେବେ ସେ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ସାମାଜିକ ବାସନ୍ଦ କରାଯାଇପାରେ। ଏହି କାରଣ ପାଇଁ ରୋଗୀଙ୍କ ପରିଚୟ ପ୍ରଘଟ କରିବାକୁ ମନା କରାଯାଇଛି।
Comments are closed.