ଟ୍ରେନରେ କଟି ୨ ମୃତ

ସୋର: ରେଲଓ୍ବେ ଟ୍ରାକରେ ଅଘଟଣ। ଟ୍ରେନ୍ ରେ କଟି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଗତକାଲି ରାତିରେ ଭିନ୍ନ ଭିନ୍ନ ଟ୍ରେନରେ କଟି ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଅପ ଲାଇନରେ ଅଜଣା ଟ୍ରେନ୍ ଧକ୍କାରେ ଜଣେ ବୁଦ୍ଧଙ୍କର ମୃତ୍ୟୁ ହୋଇଛି। ବୃଦ୍ଧଙ୍କର ପରିଚୟ ମିଳିପାରିନଥିବା ବେଳେ ମୃତ୍ୟୁର କାରଣ ମଧ୍ୟ ଅସ୍ପଷ୍ଟ ରହିଛି।
ସେହିପରି ଆଜି ଭୋରରୁ ବେଙ୍ଗାଲୁରୁ-ଗୌହାଟୀ ଏକ୍ସପ୍ରେସ ଟ୍ରେନ୍ ଧକ୍କାରେ ଜଣେ ଯୁବକଙ୍କର ମୁତ୍ୟୁ ହୋଇଛି। ତେବେ ମୃତ ଯୁବକଙ୍କ ପରିଚୟ ମିଳିପାରିନଥିବା ବେଳେ ତାଙ୍କ ମୃତ୍ୟୁର କାରଣ ମଧ୍ୟ ଅସ୍ପଷ୍ଟ ରହିଛି। ଉଭୟଙ୍କ ମୃତଦେହ ଜିଆରପି ଜବତ କରି ତଦନ୍ତ ଚଳାଇଛି।
Comments are closed.