Odisha Link
Bridging the Missing Links in Odisha

ଭାରତରେ କରୋନା ନେଲା ଦ୍ବିତୀୟ ମୁଣ୍ଡ

ନୂଆଦିଲ୍ଲୀ: ପ୍ରାଣଘାତୀ କରୋନାରେ ଭାରତରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି। ଦିଲ୍ଲୀର ଜନକପୁରୀର ଜଣେ ୬୯ ବର୍ଷୀୟ ବୃଦ୍ଧା କରୋନାରେ ଆକ୍ରାନ୍ତ ଯୋଗୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ମୃତ୍ୟୁ ପରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଛି। ବୃଦ୍ଧା ଜଣଙ୍କ କରୋନାରେ ଆକ୍ରାନ୍ତ ହୋଇ ଦିଲ୍ଲୀର ଆରଏମଏଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗତକାଲି ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଛି।

ବୃଦ୍ଧାଙ୍କ ୪୬ ବର୍ଷୀୟ ପୁଅ ନିକଟରେ ଜାପାନ, ଇଟାଲୀ ଓ ଜେନେଭା ଗସ୍ତ କରିଥିଲେ। ସେଠାରୁ ଫେରିବା ପରେ ତାଙ୍କ ଶରୀରରେ କରୋନା ଭାଇରସ ଥିବା ଜଣାପଡ଼ିଥିଲା। ବୃଦ୍ଧା ଜଣଙ୍କ ତାଙ୍କ ଯୋଗାଯୋଗରେ ଆସି କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ଉଭୟଙ୍କୁ ଦିଲ୍ଲୀର ଆରଏମଏଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଏବେ ବି ଚିକିତ୍ସିତ ହେଉଛନ୍ତି। ଦିଲ୍ଲୀରେ ମୋଟ ୬ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ କର୍ଣ୍ଣାଟକାରେ ଜଣେ ୭୬ ବର୍ଷୀୟ ବୃଦ୍ଧ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ।

Comments are closed.