Odisha Link
Bridging the Missing Links in Odisha

ବିଧାନସଭା ବନ୍ଦକୁ ନେଇ ବିଜେପିର ବଡ଼ ଅଭିଯୋଗ

ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେଶନକୁ ମୁଲତବୀ କରିଦିଆଯାଇଛି। ଆସନ୍ତା ମାର୍ଚ୍ଚ ୨୯ ପର୍ଯ୍ୟନ୍ତ ବିଧାନସଭାକୁ ମୁଲତବୀ ଘୋଷଣା କରାଯାଇଛି। ବିଧାନସଭା ସ୍ଥଗିତ ପ୍ରସ୍ତାବ ଧ୍ୱନିମତରେ ପାରିତ ହୋଇଛି । ଏଥିସହ ବଜେଟ ଅଧିବେଶନ ଏପ୍ରିଲ ୯ ଯାଏଁ ଚାଲିବାକୁ ଧାର୍ଯ୍ୟ କରାଯାଇଛି। ତେବେ ବିଧାନସଭା ମୁଲତବୀକୁ ନାପସନ୍ଦ କରି ଗତକାଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଟିପ୍ପଣୀ ଦେଇଥିବାବେଳେ ଆଜି ତାଙ୍କ ସହ ବିରୋଧୀ ଦଳ ଉପନେତା ଓ ମୁଖ୍ୟ ସଚେତକ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।

ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେମାନେ କହିଛନ୍ତି ଯେ, ୟେସ ବ୍ୟାଙ୍କ ପ୍ରସଙ୍ଗରୁ ଦୃଷ୍ଟି ହଟାଇବାକୁ ରାଜ୍ୟ ସରକାର ବିଧାନସଭା ବନ୍ଦ କଲେ। ଆଲୋଚନାବେଳେ ବିଜେଡିର ଚରିତ୍ର ପଦାକୁ ଆସିବା ନେଇ ଭୟ କଲେ। କରୋନା ନାମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୟ ସୃଷ୍ଟି କରାଇଛନ୍ତି। କରୋନା ବାହାନା ପଛରେ କେଉଁମାନଙ୍କୁ ଅନୁକମ୍ପା ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ପ୍ରଶ୍ନ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ ନିଜ ଘରୋଇ ସ୍କୁଲ ପାଇଁ ଜଣେ ଅଧିକାରୀ ୨୭ କୋଟି ନେଇଛନ୍ତି। ଅନ୍ୟପକ୍ଷରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଆତଙ୍କବାଦୀ ସରକାର କହି ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଦଳକୁ କରୋନା ଘାରିଛି ବୋଲି ସେ କହିଛନ୍ତି। ଆମକୁ ବିଶ୍ୱାସକୁ ନେଲେ ନାହିଁ, ଏକତରଫା ଗୃହ ବନ୍ଦ କଲେ। ଚିତ୍ର ଚରିତ୍ର କାଳେ ଧରାପଡ଼ିଯିବ ସେଥିପାଇଁ କୋକୁଆ ଭୟ ସୃଷ୍ଟି କରୁଛନ୍ତି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି।

Comments are closed.