କରୋନା କବଳରେ ନାବାଳିକା

ପୁରୀ : ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ‘କରୋନା’କୁ ମହାମାରୀ ରୂପେ ଘୋଷଣା ପରେ ଭୟର ବାତାବରଣ ଖେଳି ଯାଇଛି । ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ବହୁ ସନ୍ଦିଗ୍ଧଙ୍କୁ ଆଇସୋଲେସନ୍ରେ ରଖାଯାଇ ଚିକିତ୍ସା କରାଯାଉଛି। ପୁରୀ ସଦର ମେଡିକାଲରେ ‘କରୋନା’ ସନ୍ଦିଗ୍ଧ ବିଦେଶୀ ନାବାଳିକା । ନାବାଳିକା ଜଣକ ୟୁରୋପ୍ ଲିଥୁଆନିଆର ।
ତାଙ୍କୁ ଦୀର୍ଘ ୩ ସପ୍ତାହ ହେଲା ଥଣ୍ଡା କାଶ ହେଉଥିଲା। ଆଜି ତାଙ୍କୁ ତାଙ୍କର ଦୁଇ ସମ୍ପର୍କୀୟ ଏକ ବେସରକାରୀ ମେଡିକାଲକୁ ନେଇଥିଲେ। ସେଠାରୁ ତାଙ୍କୁ ପୁରୀ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ।
ବର୍ତ୍ତମାନ ତାଙ୍କୁ ସଦର ମେଡିକାଲରେ ଭର୍ତ୍ତି କରାଯାଇ ଆଇସୋଲେସନ ଓ୍ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି । ନାବାଳିକା ଜଣକ ଦୁଇ ସମ୍ପର୍କୀୟଙ୍କ ସହ ଶ୍ରୀକ୍ଷେତ୍ର ବୁଲିବାକୁ ଆସିଥିଲେ।
‘କରୋନା’ ଯେପରି ନବ୍ୟାପିବ, ସେଥିପାଇଁ ସତର୍କତା ମୂଳକ ନେବାକୁ ପରାମର୍ଶ ଦିଆଯାଇଛି। ଆଜିଠାରୁ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ, କଲେଜ, ଫିଲ୍ମହଲ୍ ଓ ୱାଟରପାର୍କ ବନ୍ଦ କରିଦିଆଯାଇଛି । ଏହାଛଡ଼ା କୌଣସି ଗୋଟିଏ ସ୍ଥାନରେ ରୁଣ୍ଡ ନହେବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି ।
Comments are closed.