Odisha Link
Bridging the Missing Links in Odisha

ୟେସ୍ ବ୍ୟାଙ୍କ୍ ଟଙ୍କା ଉଠାଣ ଉପରୁ ହଟିବ କଟକଣା

ନୂଆଦିଲ୍ଲୀ: ୟେସ୍ ବ୍ୟାଙ୍କରେ ଟଙ୍କା ରଖିଥିବା ଲୋକଙ୍କ ପାଇଁ ଖୁସି ଖବର। ଖୁବ୍‌ ଶୀଘ୍ର ୟେସ୍ ବ୍ୟାଙ୍କ୍ ଟଙ୍କା ଉଠାଣ ଉପରୁ ହଟିବ କଟକଣା। ଏନେଇ କାଲି ବିଳମ୍ୱିତ ରାତ୍ରିରେ ବିଜ୍ଞପ୍ତି ପ୍ରକାଶ ପାଇଛି। ନିୟମ ଅନୁଯାୟୀ ବିଜ୍ଞପ୍ତି ପ୍ରକାଶ ପାଇବାର ୩ ଦିନ ଭିତରେ ଆରବିଆଇ ଯେଉଁ କଟକଣା ଲଗାଇଥିଲା ତାହା ଉଠାଇ ଦିଆଯିବ। ଅର୍ଥାତ୍ ୩ ଦିନ ମଧ୍ୟରେ ବ୍ୟାଙ୍କର ଜମାକାରୀ ଟଙ୍କା ଉଠାଇବା ପାରିବେ।୧୮ ମାର୍ଚ୍ଚ ସଂଧ୍ୟା ୬ଟା ପରେ ଜମାକାରୀ ସ୍ୱାଭାବିକ ଭାବେ ସେମାନଙ୍କ ଟଙ୍କା ଉଠାଇପାରିବେ।

ବିଜ୍ଞପ୍ତି ପ୍ରକାଶ ପାଇସାରିଥିବାରୁ ୭ ଦିନ ମଧ୍ୟରେ ନୂଆ ବୋର୍ଡ ଗଠନ ହେବ। ଏହି ବୋର୍ଡରେ ଏସବିଆଇର ଦୁଇ ଜଣ ନିର୍ଦ୍ଦେଶକ ସଦସ୍ୟ ଭାବରେ ରହିବେ। ବୋର୍ଡ ଗଠନ ହେବା ପରେ ଆରବିଆଇ ଦ୍ୱାରା ନିଯୁକ୍ତ ପ୍ରଶାସକଙ୍କୁ ଦାୟିତ୍ୱରୁ ମୁକ୍ତ କରାଯିବ। ଆରବିଆଇର ପ୍ରସ୍ତାବ ଅନୁଯାୟୀ, ଆଗାମୀ ତିନି ବର୍ଷ ପର୍ଯ୍ୟନ୍ତ ପ୍ରଶାନ୍ତ କୁମାର ୟେସ୍ ବ୍ୟାଙ୍କର ନୂଆ ପ୍ରବନ୍ଧକ ତଥା ପରିଚାଳନା ନିର୍ଦ୍ଦେଶକ ରହିବେ। ବ୍ୟାଙ୍କ ପରିଚାଳନା ପାଇଁ ଯେଉଁ ବୋର୍ଡ ଗଠନ ହେବ ସେଥିରେ ଅଧ୍ୟକ୍ଷ ଓ ଦୁଇ ଜଣ ନିର୍ଦ୍ଦେଶକଙ୍କୁ ଆରବିଆଇ ନିଯୁକ୍ତ କରିବ। ଆରବିଆଇର ପ୍ରସ୍ତାବ ଅନୁଯାୟୀ ମହେଶ କୃଷ୍ଣମୂର୍ତ୍ତି ଏବଂ ଅତୁଲ ଭେଡା ୟେସ୍ ବ୍ୟାଙ୍କର ଦୁଇଜଣ ସ୍ୱାଧୀନ ନିର୍ଦ୍ଦେଶକ ରହିବେ।

ସୂଚନାଯୋଗ୍ୟ, ୟେସ୍ ବ୍ୟାଙ୍କ୍ ଦେବାଳିଆ ସ୍ଥିତିକୁ ଆସିବା ପରେ ବ୍ୟାଙ୍କର ବୋର୍ଡକୁ ଭାଙ୍ଗି ଦେଇଥିଲା ଆରବିଆଇ। ଏହାପରେ ଏପ୍ରିଲ ୩ ଯାଏଁ ମୋରାଟୋରିଅମ ଲାଗୁ କରିଦେଇଥିଲେ ଆରବିଆଇ। ଏହି ସମୟରେ ଜମାକାରୀ ୫୦, ୦୦୦ ଟଙ୍କା ଭିତରେ ଟଙ୍କା ଉଠାଇପାରିବେ ବୋଲି ନିୟମ ରହିଥିଲା।

Comments are closed.