Odisha Link
Bridging the Missing Links in Odisha

କାହିଁକି ଟ୍ରୋଲ ହେଲେ ଦୀପିକା ?

ମୁମ୍ବାଇ : ବଲିଉଡ ସୁନ୍ଦରୀ ନାୟିକା ଦୀପିକା ପାଦୁକୋନ ସବୁ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ତାଙ୍କର ଅଭିନୟ ସମସ୍ତ ଦର୍ଶକଙ୍କ ମନ କିଣି ନେଇଛି । ସାଧାରଣତଃ ଅଭିନେତା ଓ ଅଭିନେତ୍ରୀ ଅନେକ ସମୟରେ ଫଟୋ ଶୁଟ କରିଥାନ୍ତି ଏଥିପାଇଁ ତାଙ୍କୁ ଅନେକ ସମୟରେ ମଧ୍ୟ ଟ୍ରୋଲ ହେବାକୁ ପଡିଥାଏ ।

ନାୟିକା ଦୀପିକା ଫଟୋ ଶୁଟ କରିବା ପରେ ଟ୍ରୋଲ ହେବାରେ ଲାଗିଛନ୍ତି । ନିକଟରେ ସେ ଏକ ବୋଲ୍ଡ ଫଟୋ ଶୁଟ୍‌ କରିଥିଲେ । ବିବାହ ପରେ ଏହି ନାୟିକା ବୋଲ୍ଡ ସିନ୍‌ ଠାରୁ ଦୂରେଇ ରହୁଥିଲେ ବୋଲି କୁହାଯାଉଥିଲା । ଡିଜାଇନର ଡ୍ରେସ୍‌ ହେଉ ଅବା ଏଥେନିକ୍‌ ଓ୍ବେୟାର ସବୁଥିରେ ଖୁବ୍‌ ସୁନ୍ଦର ଲାଗୁଥିବା ଦୀପିକା ନିକଟରେ ଏକ ମାଗାଜିନ ପାଇଁ ଫଟୋ ଶୁଟ୍‌ କରିଥିଲେ ।

ପ୍ରଥମେ ପ୍ରଥମେ ତାଙ୍କ ଫଟୋକୁ ପ୍ରଶଂସକମାନେ ବେଶ୍‌ ପସନ୍ଦ କରିଥିଲେ । ହେଲେ ସମୁଦ୍ର କୂଳରେ ଶୁଇମିଂ ଶୁଟରେ ନଜର ଆସିବା ପରେ ଏବେ ଦୀପିକା ଟ୍ରୋଲ୍‌ ହେବାକୁ ଆରମ୍ଭ କରିଛନ୍ତି । ଏହି ଫଟୋକୁ ଦେଖିବା ପରେ କେତେଜଣ ୟୁଜର୍ସ କହିଛନ୍ତି ବିବାହ ପରେ ଦୀପିକା ବୋଲ୍ଡ ହେଉ ନ ଥିଲେ। ଆଉ କିଏ କିଏ କହିଛନ୍ତି ପାଗଳ ହୋଇଯାଇଛନ୍ତି ଦୀପିକା ।

Comments are closed.