Odisha Link
Bridging the Missing Links in Odisha

କରୋନା ଦାଉରୁ ବର୍ତ୍ତିବା ପାଇଁ ୧୦ ଉପାୟ

ନୂଆଦିଲ୍ଲୀ: ପ୍ରାଣଘାତୀ କରୋନା ଭାଇରସ ଭାରତରେ କାୟା ବିସ୍ତାର କରିବାରେ ଲାଗିଛି। ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ସମଗ୍ର ଦେଶରେ ୬୫୨୪ ଜଣଙ୍କର କରୋନା ଭାଇରସ୍‌ରେ ମୃତ୍ୟୁ ହୋଇଛି। ଭାରତରେ କରୋନାରେ ଆକ୍ରାନ୍ତ ସଂଖ୍ୟା ୧୧୪ ଥିବା ବେଳେ ୨ଜଣଙ୍କ ମୃତ୍ୟୁ ଘଟିଛି। ଭାରତରେ ଭାଇରସ୍ ସଂକ୍ରମଣ ବୃଦ୍ଧିକୁ ଧ୍ୟାନରେ ରଖି ଏନସିଡିସି ଗାଇଡଲାଇନ୍ ଜାରି କରି ଲୋକଙ୍କୁ ବିଶେଷ ସାବଧାନତା ଅବଲମ୍ବନ କରିବାକୁ କହିଛନ୍ତି। ଏନସିଡିସି ନିର୍ଦେଶ ଅନୁସାରେ କରୋନା ଭାଇରସରୁ ବର୍ତ୍ତିବା ପାଇଁ ନିମ୍ନ ୧୦ଟି ଦିଗ ପ୍ରତି ଧ୍ୟାନ ରଖିବାକୁ ପଡ଼ିବ।

୧. କରୋନା ଭାଇରସରୁ ବର୍ତ୍ତିବା ପାଇଁ ସ୍ବଚ୍ଛତା ପ୍ରତି ଧ୍ୟାନ ରଖନ୍ତୁ। କୌଣସି ଜିନିଷକୁ ହାତ ଲଗାଇବା ପରେ ପାଖାପାଖି ୨୦ସେକେଣ୍ଡ ଯାଏଁ ହାତକୁ ଭଲ ଭାବେ ଧୁଅନ୍ତୁ।

୨. କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ନିକଟକୁ ଯାଆନ୍ତୁ ନାହିଁ। କାଶ କିମ୍ବା ଥଣ୍ଡା ହୋଇଥିବା ବ୍ୟକ୍ତିଙ୍କଠୁ ୨ମିଟର ଦୂରରେ ରୁହନ୍ତୁ।

୩. ଆଖି,ନାକ କିମ୍ବା ମୁହଁରେ ବାରମ୍ବାର ହାତ ଲଗାନ୍ତୁ ନାହିଁ। ସାବୁନ କିମ୍ବା ସାନିଟାଇଜରରେ ହାତକୁ ଭଲ ଭାବେ ଧୁଅନ୍ତୁ।

୪. ଫୋନ୍ କିମ୍ବା ଅନ୍ୟାନ୍ୟ ଜିନିଷ ବ୍ୟବହାର କରୁଥିଲେ ଏହାର ସ୍ବଚ୍ଛତା ପ୍ରତି ଧ୍ୟାନ ରଖନ୍ତୁ।

୫.କାଶ କିମ୍ବା ଛିଙ୍କ ଆସିବା ସମୟରେ ନିଜ ମୁହଁକୁ ଟିସୁ ପେପରରେ କଭର କରନ୍ତୁ ଏବଂ ଏହାକୁ ବନ୍ଦ ଥିବା ଡଷ୍ଟବିନରେ ପକାଇ ଦିଅନ୍ତୁ।

୬. ଯଦି ଆପଣଙ୍କୁ ଜ୍ବର,କଫ ଏବଂ ନିଃଶ୍ବାସ ନେବାକୁ ଅସୁବିଧା ହେଉଛି ତେବେ ଜମା ଏହାକୁ ନଜରଅନ୍ଦାଜ କରନ୍ତୁ ନାହିଁ। ଡାକ୍ତରଙ୍କୁ ତୁରନ୍ତ ଏହାର ସୂଚନା ଦିଅନ୍ତୁ।

୭. କୌଣସି ଭିଡ଼ ସ୍ଥାନରେ ଯାଆନ୍ତୁ ନାହିଁ କିମ୍ବା ଅତି ଦରକାର ପଡ଼ିଲେ ଘରୁ ବାହାରନ୍ତୁ।

୮. ଯଦି ଆପଣ କରୋନା ଭାଇରସର ସଙ୍କେତ ଦେଖୁଛନ୍ତି ତେବେ ତୁରନ୍ତ ଚିକିତ୍ସା କରନ୍ତୁ ଏବଂ କୌଣସି ବ୍ୟକ୍ତିଙ୍କ ନିକଟକୁ ଯାଆନ୍ତୁ ନାହିଁ।

୯. ପ୍ରଚୁର ପାଣି ପିଅନ୍ତୁ। ଲୋକଙ୍କ ସହ ହାତ ମିଳାନ୍ତୁ ନାହିଁ।

୧୦. କାଶ ଆସିବାବେ​ଳେ ଯଦି ଆପଣଙ୍କ ପାଖରେ ଟିସୁ ପେପର କିମ୍ବା ରୁମାଲ୍ ନାହିଁ ତେବେ ନିଜ ବାହୁ ଜରିଆରେ ମୁହଁ ଘୋଡ଼ାନ୍ତୁ।

Comments are closed.