ସୁପ୍ରିମକୋର୍ଟରୁ ନିରାଶ ହେଲେ ନିର୍ଭୟା ଦୋଷୀ, ICJର ହେଲେ ଦ୍ବାରସ୍ଥ
![](https://www.odishalink.com/wp-content/uploads/2019/12/mukeshvinaynirbhayade.jpg)
ନୂଆଦିଲ୍ଲୀ: ICJ ଦ୍ବାରସ୍ଥ ହେଲେ ୩ ନିର୍ଭୟା ଦୋଷୀ। ମୃତ୍ୟୁଦଣ୍ଡ ରହିତାଦେଶ ପାଇଁ ICJ(ଅନ୍ତର୍ଜାତୀୟ କୋର୍ଟ)ଙ୍କର ଦ୍ବାରସ୍ଥ ହେଲେ ୩ ନିର୍ଭୟା ଦୋଷୀ। ସୁପ୍ରିମକୋର୍ଟରୁ ନିରାଶ ହେବା ପରେ ୩ ନିର୍ଭୟା ଦୋଷୀ ଅକ୍ଷୟ, ପବନ ଏବଂ ବିନୟ ICJ (ଅନ୍ତର୍ଜାତୀୟ କୋର୍ଟ)ଙ୍କର ଦ୍ବାରସ୍ଥ ହୋଇଛନ୍ତି। ଆସନ୍ତା ମାର୍ଚ୍ଚ ୨୦ ତାରିଖରେ ନିର୍ଭୟା ମାମଲାର ଚାରି ଦୋଷୀଙ୍କୁ ଫାଶି ପାଇଁ ଦିନ ଧାର୍ଯ୍ୟ କରାଯାଇଛି।
୪ ନିର୍ଭୟା ଦୋଷୀଙ୍କ ମଧ୍ୟରୁ ମୁକେଶ ପୁଣିଥରେ କ୍ୟୁରେଟିଭ ଓ ରାଜକ୍ଷମା ଆବେଦନ କରିବାକୁ ଚାହୁଁଥିଲା। ଏହାର ଅନୁମତି ଲୋଡ଼ି ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ହେଲେ ଆଜି ସୁପ୍ରିମକୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି। ମୁକେଶ ତା’ର ପୂର୍ବତନ ଓକିଲ ବ୍ରିନ୍ଦା ଗ୍ରୋଭରଙ୍କ ବିରୋଧରେ ଆବେଦନ କରିଥିଲା। ବ୍ରିନ୍ଦା ଗ୍ରୋଭର ତା’କୁ ମିଛ କହି କ୍ୟୁରେଟିଭ ଓ ରାଜକ୍ଷମା ଆବେଦନ କରିବା ସଂକ୍ରାନ୍ତ ଫାଇଲରେ ଦସ୍ତଖତ କରାଇ ନେଇଥିବା ସେ ଅଭିଯୋଗ କରିଥିଲା। ମୁକେଶ ଆଇନଜୀବୀ ଏମଏଲ ଶର୍ମାଙ୍କ ଦ୍ୱାରା ଏପରି ଆବେଦନ କରିଥିଲା।
୨୦୧୨ର ଦିଲ୍ଲୀ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଚାରି ଦୋଷୀଙ୍କୁ ମାର୍ଚ୍ଚ ୨୦ ସକାଳ ୫ଟା ୩୦ରେ ଫାଶୀ ଦିଆଯିବ। ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ମୃତ୍ୟୁ ପରଓ୍ଵାନା (ଡେଥ୍ ଓ୍ଵାରେଣ୍ଟ) ଜାରି କରିଛନ୍ତି। ମାତ୍ର ଦୋଷୀଙ୍କ ପକ୍ଷରୁ ଫାଶୀ ଘୁଞ୍ଚାଇବା ଲାଗି ଯଥା ସମ୍ଭବ ପ୍ରୟାସ ଜାରି ରହିଛି।
Comments are closed.