କରୋନା ଆତଙ୍କ: ୩୧୧ ଟ୍ରେନ୍ ବାତିଲ୍

ନୂଆଦିଲ୍ଲୀ: ଟ୍ରେନ୍ ସେବା ଉପରେ କରୋନ ପ୍ରଭାବ। କରୋନା ପ୍ରଭାବରେ ବାତିଲ୍ ହୋଇଛି ୩୧୧ ଟ୍ରେନ୍। ଭାରତୀୟ ରେଳବାଇ ପକ୍ଷରୁ ୩୧୧ଟି ଟ୍ରେନ୍ ବାତିଲ୍ କରାଯାଇଛି। ଯେଉଁଥିରେ ଏକ୍ସପ୍ରେସ୍, ପାସେଞ୍ଜର ଏବଂ ସ୍ପେଶାଲ ଟ୍ରେନ୍ ସାମିଲ ରହିଛି। ଭାରତୀୟ ରେଳବାଇ ପକ୍ଷରୁ ମାର୍ଚ୍ଚ ୧୫ ତାରିଖର ଅଧିକାଂଶ ଟ୍ରେନ୍ ବାତିଲ୍ କରାଯାଇଛି। ଏଗୁଡିକ ମଧ୍ୟରୁ ୨୧୫ ଟ୍ରେନ୍ କୁ ସଂପୂର୍ଣ୍ଣ ଭାବେ ବାତିଲ୍ କରାଯାଇଥିବା ବେଳେ ୯୬ ଟ୍ରେନ୍ କୁ ଆଂଶିକ ଭାବେ ବାତିଲ୍ କରାଯାଇଛି।
ଯାତ୍ରୀମାନେ ହେଲ୍ପଲାଇନ୍ ନଂ ୧୩୯ ମାଧ୍ୟମରେ ବାତିଲ୍ ହୋଇଥିବା ଟ୍ରେନ୍ ସମ୍ବନ୍ଧରେ ସୂଚନା ପାଇପାରିବେ। ଏହା ବ୍ୟତୀତ ରେଳ ବିଭାଗର ଓ୍ବେବସାଇଟ୍ enquiry.indianrail.gov.in ମାଧ୍ୟମରେ ମଧ୍ୟ ବାତିଲ୍ ହୋଇଥିବା ଟ୍ରେନ୍ ଲିଷ୍ଟ ପାଇପାରିବେ। NTES ମୋବାଇଲ୍ ଆପ୍ ଜରିଆରେ ମଧ୍ୟ ଟ୍ରେନ୍ ବାତିଲ୍ ସଂପର୍କରେ ସୂଚନା ପାଇପାରିବେ।
Comments are closed.