କରୋନା ପାଇଁ ଆଗୁଆ ଗ୍ରୋସରୀ ସାମଗ୍ରୀ କିଣୁଛନ୍ତି ଆଞ୍ଜେଲିନା
ମୁମ୍ବାଇ : କରୋନା ଭାଇରସ ସମସ୍ତ ମନରେ ଭୟ ସୃଷ୍ଚି କରିଛି । ଏହାର ଭୟ ହଲିଉଡ୍ର ଅଭିନେତ୍ରୀ ଆଞ୍ଜେଲିନା ଜୋଲିଙ୍କ ପାଖରେ ଦେଖିବାକୁ ମିଳିଛି । ନିକଟରେ ତାଙ୍କୁ ଝିଅ ଭିଭିୟାନ୍ଙ୍କ ସହ ଶପିଂ କରୁଥିବାର ଦେଖାଯାଇଥିଲା। ଏକ ଇଂଲିଶ ଓ୍ଵେବ୍ସାଇଟ ମୁତାବକ, ଶଟ୍ଡାଉନ ପୂର୍ବରୁ ଆଞ୍ଜେଲିନା କରୋନା ପାଇଁ ଜରୁରୀ ପ୍ରସ୍ତୁତି ଚଳାଇଛନ୍ତି ।
ଝିଅକୁ ସାଥୀରେ ଧରି ଆଞ୍ଜେଲିନା ଲସ୍ ଏଞ୍ଜେଲସ୍ସ୍ଥିତ ଏକ ଗ୍ରୋସରୀ ଦୋକାନରୁ ସାମଗ୍ରୀ ସବୁ କିଣି ପକାଉଛନ୍ତି। ଏହି ସମୟରେ ମା’ ଝିଅଙ୍କ ହାତରେ ଗ୍ରୋସରୀ ଭର୍ତ୍ତି ବ୍ୟାଗ୍ ଦେଖିବାକୁ ମିଳିଛି। ଆଞ୍ଜେଲିନା ଓ ଆକ୍ଟର ବ୍ରାଡ୍ ପିଟ୍ଙ୍କ ଝିଅ ହେଉଛନ୍ତି ଭିଭିୟାନ୍। ୨୦୧୬ରେ ଦୁଇଜଣ ଅଲଗା ହୋଇଯାଇଥିଲେ।
Comments are closed.