କରୋନା ପାଇଁ ସମ୍ପୁର୍ଣ୍ଣ ବନ୍ଦ ହେବନି ସୁପ୍ରିମକୋର୍ଟ : ପ୍ରଧାନ ବିଚାରପତି

ନୂଆଦିଲ୍ଲୀ : କରୋନା ପାଇଁ ସମ୍ପୁର୍ଣ୍ଣ ବନ୍ଦ ହେବନି ସୁପ୍ରିମକୋର୍ଟ। ଏନେଇ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଏସଏ ବୋବଡେ ସୂଚନା ଦେଇଛନ୍ତି। ୪ ଆପେକ୍ସ କୋର୍ଟ ବିଚାରପତି, ସୁପ୍ରିମକୋର୍ଟ ଓକିଲ ସଂଘ, ଏମ୍ସ ଡାକ୍ତରଙ୍କ ସହ ଆଲୋଚନା କରିବା ପରେ କରୋନାକୁ ନେଇ ସୁପ୍ରିମକୋର୍ଟ ସମ୍ପୁର୍ଣ୍ଣ ବନ୍ଦ କରିବାକୁ ମନା କରି ଦେଇଛନ୍ତି ବୋବଡେ। ଏହି ବୈଠକରେ କରୋନାକୁ ନେଇ ସୁପ୍ରିମକୋର୍ଟରେ ଗ୍ରହଣ କରାଯାଇଥିବା ସୁରକ୍ଷା ଓ ସଚେତନତା ସମ୍ବନ୍ଧରେ ବୋବଡେ ବୁଝିଛନ୍ତି ।
ବୋବଡେ ସୁପ୍ରିମକୋର୍ଟରେ ଭଲ୍ୟୁଣ୍ଟର ଜାରି କରି ଲୋକଙ୍କୁ ଅଧିକ ସଚେତନ କରିବାକୁ କହିଛନ୍ତି। ସୁପ୍ରିମକୋର୍ଟରେ ଲୋକଙ୍କ ମଧ୍ୟରେ ଦୂରତା ଅବଲମ୍ବନ କରିବା ସହ ଓକିଲ ମାନଙ୍କୁ ଇ ଫାଇଲିଂ ଓ ଭିଡିଓ କନଫରେନ୍ସିଂରେ ଶୁଣାଣି କରିବା ବ୍ୟବସ୍ଥାକୁ ଗ୍ରହଣ କରିବା ନେଇ ସମସ୍ତଙ୍କୁ ଉତ୍ସାହିତ କରିବାକୁ ନିବେଦନ କରିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି। କରୋନାକୁ ନେଇ ସୁପ୍ରିମକୋର୍ଟରେ ଆଗରୁ ସତର୍କତା ଗ୍ରହଣ କରାଯାଇଛି। ବିଚାର ହେବାକୁ ଥିବା ମାମଲା ସମ୍ପର୍କିତ ବ୍ୟକ୍ତି ଏବଂ ଓକିଲ ସୁପ୍ରିମକୋର୍ଟ ଶୁଣାଣି କକ୍ଷରେ ଉପସ୍ଥିତ ରହିବା ନେଇ ଆଗୁଆ ସୂଚନା ଜାରି ହୋଇଛି। ତେବେ କୌଣସି ବ୍ୟକ୍ତିଙ୍କୁ ଥଣ୍ଡା ଓ କଫ ଥିଲେ କିମ୍ବା ସେ ଅସୁସ୍ଥ ଥିଲେ ତାଙ୍କୁ କୋର୍ଟ ନ ଆସିବାରୁ କୁହାଯାଇଛି ।
Comments are closed.