Odisha Link
Bridging the Missing Links in Odisha

କରୋନା ଆକ୍ରାନ୍ତ- ଭାରତରେ ୧୧୪, ବିଶ୍ବରେ ୧,୭୦,୦୦୦: ଜାଣନ୍ତୁ କେଉଁ ଦେଶରେ କେତେ

ଭୁବନେଶ୍ବର: କରୋନା ଭାଇରସ୍‌ ଏବେ ବିଶ୍ବର ସବୁଠୁ ବଡ଼ ବିପଦ ଭାବେ ଉଭା ହୋଇଥିବା ବେଳେ ୧୫୭ ଦେଶକୁ ଏହା ବ୍ୟାପିଗଲାଣି। ଭାରତରେ ୧୧୪ ଜଣ ଏବେ କରୋନା ପ୍ରଭାବିତ ହୋଇଥିବା ବେଳେ ଓଡ଼ିଶାରେ ଜଣେ ପଜିଟିଭ୍‌ ଜଣାପଡ଼ିଛି।

୧୫୭ଟି ଦେଶରେ ଏଯାବତ୍‌ (୧୬ ମାର୍ଚ୍ଚ ସୁଦ୍ଧା) ୧,୬୯,୬୧୦ ଜଣ ବ୍ୟକ୍ତି କରୋନା (କୋଭିଡ୍-୧୯) ଭାଇରସ୍‌ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୭୭,୭୭୬ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୬,୫୧୮ ଜଣଙ୍କର ମୃତ୍ୟୁ ହୋଇଛି। ବିଶ୍ବର ପ୍ରତି ଏକ ଲକ୍ଷ ଲୋକରେ ୨ ଜଣ ଏବେ କରୋନା ଭାଇରସ୍‌ ଦ୍ବାରା ଆକ୍ରାନ୍ତ।

ଭାରତରେ ଏଯାଏଁ ୧୧୪ଜଣ ଆକ୍ରାନ୍ତ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି।

ବିଶ୍ବରେ ସର୍ବାଧିକ ଚୀନରେ ୮୦,୮୬୦ ଜଣ କରୋନା ଦ୍ବାରା ଆକ୍ରାନ୍ତ ହୋଇଥିବା ବେଳେ ୩,୨୧୩ ଜଣଙ୍କର ମୃତ୍ୟୁ ହୋଇଛି। ଆମେରିକାରେ ୩,୭୮୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୬୯ ଜଣଙ୍କର ମୃତ୍ୟୁ ହୋଇଛି।

୨୦୨୦ ମାର୍ଚ୍ଚ ୧୬ ସୁଦ୍ଧା ବିଶ୍ବରେ କରୋନା ଆକ୍ରାନ୍ତଙ୍କ ସ୍ଥିତି

Comments are closed.